ଅକୁର ନାହାକ ମୃତ୍ୟୁକୁ ଚାରି ମାସ ଵିତିଲା ; ଅଭିଯୁକ୍ତକୁ ଧରିବାରେ ପୋଲିସ ବିଫଳ , କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଲେ ମା

ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାର ଶେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁ ଗ୍ରାମର ଅକୁର କୁମାର ନାହାକଙ୍କ ମୃତ୍ୟୁ ଘଟଣାକୁ ଚାରି ମାସରୁ ଉର୍ଦ୍ଧ୍ବ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ପୋଲିସ ର କୋହଳ ମନୋଭାବ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।ସୂଚନା ଅନୁଯାୟୀ ଗତ ମେ ମାସ ଦୁଇ ତାରିଖ ପ୍ରାୟ ରାତି ୧୧ଟା ସମୟରେ ଅକୁର କୁମାର ନାହାକ ଗୋଠଗାଁ ମୁଖ୍ୟ ରାସ୍ତାର ଖଣ୍ଡୁଆଳ ପୋଖରୀ ପାଖରେ ବସିଥିବା ବେଳେ କିଛି ବ୍ୟକ୍ତି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଛାଡି ପଳାଇଯାଇଥିଲେ । ସକାଳୁ ଅକୁର ଙ୍କ ମୃକ ଖବର ବାପା ମା ପାଖରେ ପହଞ୍ଚିଥିଲା । ଏହାକୁ ଭିତ୍ତି କରି ଅକୁର ର ବାପା ଧୋବା ନାହାକ ୦୩/୦୫/୨୦ ରେ ଶେରଗଡ଼ ଥାନାରେ ଲିଖିତ ଏତଲା ଦେଇଥିଲେ । ଥାନା କେଶ ନମ୍ବର ୪୬/୨୦ ପ୍ରକାରେ ମାମଲା ରୁଜୁ କରି ପୋଲିସ କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚୁରା କରିବା ପରେ ପ୍ରମାଣ ଅଭାବରୁ ସେମାନଙ୍କୁ ଛାଡିଦେଇଥିଲା ।

ଦୀର୍ଘ ଦିନ ହେବ ପୋଲିସ ତଦନ୍ତ ନା ରେ ଘଟଣା କୁ ଶିଥିଳ କରି ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି । ବାପା ଧୋବା ନାହାକ ଓ ମା ଭାସି ନାହାକ ବାରମ୍ବାର ଥାନା କୁ ଯାଇ ଘଟଣାର ଅଗ୍ରଗତି ସମ୍ବନ୍ଧରେ ଜାଣିବାକୁ ଚାହିଁଲେ ମଧ୍ୟ ପୋଲିସ ତଦନ୍ତ ଚାଲିଛି କହି ଫେରାଇ ଦେଉଛି । ଅନ୍ୟ ପଟେ ପୁଅ କଥା ଭାବି ବାପା ଧୋବା ନାହାକ ମାନସିକ ଦୁଶ୍ଚିନ୍ତା ରେ ରହି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଲାଣି । ତେଣୁ ନ୍ୟାୟ ପାଇବା ଆଶାରେ ଭାସି ନାହାକ ସ୍ଥାନୀୟ ଶେରଗଡ଼ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କ୍ରାଇମ ବ୍ରାଞ୍ଚ ତଦନ୍ତ କରାଇବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ସ୍ୱଚ୍ଛ ଭାବ ମୂର୍ତ୍ତି ଥିବା ମୁଖ୍ୟମନ୍ତ୍ରୀ ଙ୍କ ନିଜ ଜିଲ୍ଲା ଓ ନିଜେ ସ୍ଥାନୀୟ ବିଧାନମଣ୍ଡଳର ବିଧାୟକ ଭାବେ ଏହାର କ୍ରାଇମ ବ୍ରାଞ୍ଚ ତଦନ୍ତ କରାଇବା ସହ ହତ୍ୟାକାରୀଙ୍କୁ ଧରି ଉଚିତ ଦଣ୍ଡ ଦେବାକୁ ଅକୁର କୁମାର ନାହାକଙ୍କ ମା ଭାସି ନାହାକ ଲିଖିତ ନିବେଦନ କରିଛନ୍ତି । (ରିପୋର୍ଟ- ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version