ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ ହଜିବା ଘଟଣା : ଅଭିଯୋଗ ଆଣିଲେ ଅରୁଣ

arun ku shoo

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରିପୋର୍ଟ ଗାଏବ ଘଟଣାରେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଦାବି କଲା ବିଜେଡି ।

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନୟାଗଡ ବିଧାୟକ ଅରୁଣ ସାହୁ ପ୍ରେସମିଟ କରି ସୂଚନା ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷିତ ରହି ପାରୁ ନାହାନ୍ତି, ସିଏ କଣ ଫାଇଲକୁ ସୁରକ୍ଷା ଦେବେ । “ବାଡ଼ ଯଦି ଫସଲ ଖାଇବ କହିବା କାହାକୁ । ଏହା ଦୀପତଳ ଅନ୍ଧାର ଭଳି କଥା । ଯଦି ଲୋକସେବା ଭବନରେ ଫାଇଲ ଚୋରି ହେଉଛି ତେବେ ଓଡିଶା କେତେ ସୁରକ୍ଷିତ ? ଏତେ ସାରା ସିସିଟିଭି ଥାଇ ମଧ୍ୟ ଫାଇଲ ଚୋରି ହେଉଛି ମାନେ ଜାଣି ଶୁଣି କରାଯାଇଛି,” ବୋଲି କହିଛନ୍ତି ଅରୁଣ ସାହୁ ।

ନୟାଗଡ ବିଧାୟକ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି, ଫାଇଲ ହଜିବା ଘଟଣା ସତ୍ୟ ଏବଂ ଏହି ଘଟଣାରେ ଯିଏ ସମ୍ପୃକ୍ତ ଥିବ ତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ପ୍ରତିଶୃତି ଦେଇଛନ୍ତି । ଯଦି କାର୍ଯ୍ୟାନୁଷ୍ଠାନ ନ ନେବେ ବିରୋଧ ଦଳ ହିସାବରେ ଚେତାବନୀ ଦେଉଛୁ ଖୁବଶୀଘ୍ର ଆନ୍ଦୋଳନ ହେବ । ବିଧାୟକ ଅରୁଣ ସାହୁ ପୁଣି କହିଛନ୍ତି, ଏହା କେବଳ କମିଶନ ଫାଇଲ ହଜିବା ଘଟଣା ନୁହେଁ, ବରଂ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଓ ସୁଶାସନ ପ୍ରତି ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।

ପ୍ରକୃତରେ ହଜିଛି ନା ଜାଣିଶୁଣି ହଜାଇ ଦିଆଯାଇଛି, ଏହାର ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି । ସେ ପୁଣି କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀଙ୍କ କାଯ୍ୟଳୟ ଭଳି ସର୍ବୋଚ୍ଚ ପ୍ରଶାସନିକ କେନ୍ଦ୍ର ସୁରକ୍ଷିତ ନୁହେଁ, ତେବେ ସାଧାରଣ ଲୋକଙ୍କ ଧନଜୀବନ ଓ ରାଜ୍ୟର ଗୁରୁତ୍ୱପୁର୍ଣ ଦସ୍ତାବିଜ କେତେ ସୁରକ୍ଷିତ ? ରାଜ୍ୟ ସରକାର ଦାବି କରୁଛନ୍ତି ଅନଲାଇନ ଫାଇଲ ବ୍ୟବସ୍ଥା କାଯ୍ୟକ୍ଷମ ହେଉଛି ଯଦି ଏହା ସତ, ତେବେ ହାର୍ଡ କପି ଫାଇଲ ହଜିଲା କିପରି ? ଏହାର ସମ୍ପୂର୍ଣ ସତ୍ୟତା ରାଜ୍ୟବାସୀଙ୍କ ସମ୍ମୁଖରେ ରଖିବା ଆବଶ୍ୟକ l

ଅରୁଣ ସାହୁଙ୍କ ମତରେ ପ୍ରତେକ ସରକାରୀ ଫାଇଲ ନିର୍ଦ୍ଧିଷ୍ଟ ପ୍ରକ୍ରିୟାରେ ବିଭିନ୍ନ ସ୍ତର ଦେଇ ଗତି କରିଥାଏ । ସେକ୍ସନ ଅଫିସର ଠାରୁ ଆରମ୍ଭ କରି ସଚିବ, ମୁଖ୍ୟ ଶାସନ ସଚିବ, ମନ୍ତ୍ରୀ ଏବଂ ଶେଷରେ ମୁଖ୍ୟମନ୍ତ୍ରୀଙ୍କ କାଯ୍ୟଳୟ ପଯ୍ୟନ୍ତ ଫାଇଲ ଗତି କରିବାର ସମସ୍ତ ତଥ୍ୟ ରେକର୍ଡ ହୋଇ ରହିଥାଏ l ଏହି ଫାଇଲ କେଉଁ ପଯ୍ୟାୟରେ ହଜିଲା ? ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡି ଅଭିଯୋଗକୁ କଡା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବ ।

ସେ ଅଭିଯୋଗର ତୀବ୍ର ସମାଲୋଚନା କରି କହିଛନ୍ତି, “ପୂର୍ବତନ ଆଇନ ମନ୍ତ୍ରୀ ସବୁକିଛି ଜାଣନ୍ତି । ତାଙ୍କ ଶାସନ କାଳରେ ସେ ଗାତ ଖୋଳିଥିଲେ, ଏବେ ସେ ନିଜେ ସେଥିରେ ପଡ଼ି ଯାଉଛନ୍ତି ।” ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏ ସମ୍ପର୍କରେ ପଚରାଯିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, “ପ୍ରକୃତରେ ଏହି ଅଭିଯୋଗର ସତ୍ୟତା ଅଛି ନା ନାହିଁ ସରକାର ସମୀକ୍ଷା କରିବେ ।”

Exit mobile version