ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ୩୫ ଗ୍ରାମ ଓଜନ ର ସୁନାଚେନ ଚୋରି ସାଧା ପୋଷାକଧାରୀ ପୋଲିସ ଅଭିଯୁକ୍ତ କୂ କାବୁ କଲେ

ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ସୋମବାର ସକାଳ ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଜଣେ ବ୍ୟକ୍ତି ଜଣେ ଭକ୍ତଙ୍କ ଠାରୁ ସୁନା ଚେନ୍ ଚୋରି କରି ନେଇଥିଲେ । ଏହା ଜାଣିପାରି ସମ୍ପୃକ୍ତ ଭକ୍ତ ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ ପୁରୀ ପୋଲିସର ସାଧା ପୋଷାକଧାରୀ ଆଣ୍ଟି ସ୍ନାଚିଙ୍ଗ ଟିମ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ କାବୁ କରିଥିଲେ।ତଲାସି ସମୟରେ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୩୫ ଗ୍ରାମ ଓଜନର ଚୋରି ହୋଇଥିବା ସୁନା ଚେନ୍ ଉଦ୍ଧାର କରାଯାଇଥିଲା ।

ଏହି ସମ୍ପର୍କରେ ସିଂହଦ୍ୱାର ଥାନା କେସ୍ ନଂ-୧୩୯ /୨୬ , ଧାରା ୩0୯ (୬ )ବି ଏନ ଏସ ଧାରା ରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଦୀପକ ଯାଦବଙ୍କୁ ଗିରଫ କରାଯାଇଛି। ଉଦ୍ଧାର ହୋଇଥିବା ସୁନା ଚେନ୍‌କୁ ଆଇନାନୁସାରେ ଜିମାନାମା କାର୍ଯ୍ୟ ସମ୍ପାଦନ କରି ଅଭିଯୋଗକାରୀଙ୍କ ଜିମାରେ ପ୍ରଦାନ କରାଯାଇଛି ।
ପୁରୀ ପୋଲିସ ଶ୍ରୀମନ୍ଦିର ପରିସରରେ ଭକ୍ତମାନଙ୍କ ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ ପାଇଁ  ସଦା ସତର୍କ ଓ ପ୍ରତିବଦ୍ଧ ରହିଛି ।

Exit mobile version