ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଚଳିତ ବର୍ଷ ର ଦେବସ୍ନାନ ପୂର୍ଣ୍ଣିମା ଜୁନ ୨୯ ତାରିଖରେ ଅନୁଷ୍ଠିତ ହେବ।ସ୍ନାନ ପୂର୍ଣ୍ଣିମା ପରଦିନ ଠାରୁ ବ୍ରହ୍ମଗିରି ସ୍ଥିତ ମହାପ୍ରଭୁ ଅଲାରନାଥ ଙ୍କ ଦର୍ଶନ ଆରମ୍ଭ ହୋଇଯିବ।ଉଭୟ କାର୍ଯ୍ୟ କୁ ଶାନ୍ତି ଶୃଙ୍ଖଳା ର ସହ ସମାପନ ପାଇଁ ଏକ ବୈଠକ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମହାପ୍ରଭୁଙ୍କ ଉଭୟ ସ୍ନାନ ଯାତ୍ରା ଓ ଅନବସର ସମୟରେ ଅଲାରନାଥ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡର ଆଶା କରାଯାଉଛି।ତେଣୁ ଉଭୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କୁ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପରିଚାଳନା ଆମ ସମସ୍ତ ଙ୍କ ଦାୟିତ୍ୱ ବୋଲି କହିଥିଲେ ।
