ଗମ୍ଭାରୀମୁଣ୍ଡା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପତିତପାବନ ବାଣୀମନ୍ଦିର, ଗମ୍ଭାରୀମୁଣ୍ଡାର ୧୯୮୮ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଖିଲାମୁଣ୍ଡା ଠାକୁରାଣୀ ଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର ରେ ପୁରାତନ ବନ୍ଧୁ ମାନଙ୍କ ମଧ୍ୟରେ ପାରସ୍ପରିକ ଭାବବିନିମୟ ସହ ବିଭିନ୍ନ ପ୍ରକାର ସାରସ୍ଵତ ଓ କ୍ରୀଡ଼ା ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା । ମା ଙ୍କ ପାଖରେ ଉପାସନା ପରେ ସେମାନଙ୍କ ମଧ୍ୟରେ ଅତୀତ ର ମଧୁର ସ୍ମୃତି ଆଲୋଚନା ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ କୁ ବିନୋଦ କୁମାର ପ୍ରଧାନ, ପ୍ରଭଞ୍ଜନ ସ୍ୱାଇଁ, ପ୍ରଦୀପ୍ତ ମହାରଣା ପ୍ରମୁଖ ପରିଚାଳନା କରିଥିବା ବେଳେ ନିବେଦିତା ପ୍ରଧାନ, ନିମାଇଁ ଚରଣ ଛାଟୋଇ, ସିଦ୍ଧେଶ୍ୱର ପାତ୍ର, ରାମଚନ୍ଦ୍ର ଜେନା, ପ୍ରଦୀପ ସାମନ୍ତ ସିଂହାର, ଗୌର ହରି ପ୍ରଧାନପ୍ରଦୀପ ପାତ୍ର, ବସନ୍ତ ପଟ୍ଟନାୟକ, ଶରତ ଛାଟୋଇ ସହାୟତା କରିଥିଲେ ।