ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ କୁକୁଡ଼ାଖଣ୍ଡି ଫାର୍ମ ହାଉସ ପରିସରରେ ଶୁକ୍ରବାର ଏକ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ଶୁଭେଚ୍ଛୁ, କର୍ମୀ ଓ ସମର୍ଥକଙ୍କ ଗହଣରେ ମାନ୍ୟବର ବିଧାୟକ ଶ୍ରୀ ଜେନା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ଓ ଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଶିବିରରେ ମୋଟ ୩୨୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତ ଭଣ୍ଡାରର ସୀମିତ ଚାହିଦା ଏବଂ ଜରୁରୀ ଆବଶ୍ୟକତା ପୂରଣ କରିବା ଦିଗରେ ଆମ ସମସ୍ତଙ୍କ ଉତ୍ସର୍ଗୀକୃତ ସେବା ଓ ସହଯୋଗ ନିଶ୍ଚିତ ଭାବେ ମହତ କାର୍ଯ୍ୟ ବୋଲି ବିଧାୟକ ରକ୍ତଦାତା ମାନଙ୍କୁ ଉତ୍ସାହିତ କରି ମତ ପ୍ରକାଶ କରିଥିଲେ।.
ଅନ୍ୟ ମାନଙ୍କ ମଧ୍ୟରେ ହିଞ୍ଜିଳି ବିଧାନ ସଭାର ପୂର୍ବତନ ବିଧାୟକ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ, ହିଞ୍ଜିଳି ବ୍ଲକ ପୂର୍ବତନ ସଭାପତି ଶିବରାମ ପ୍ରଧାନ, ଶେରଗଡ ବ୍ଲକ ସଭାପତି କୁନା ବିଷୋୟୀ, ଯୁବ ସମାଜ ସେବୀ ତଥା କଂଗ୍ରେସ ଦଳର ଦକ୍ଷ ସଂଗଠକ ପ୍ରଦୀପ କୁମାର ମହାରଣା, ହିଞ୍ଜିଳିକାଟୁର ଟାଣୁଆ ନେତା ଜଗନ୍ନାଥ ଗୌଡ, ଛାତ୍ର ନେତା ସଞ୍ଜୟ ସ୍ଵାଇଁ,
