Home ଅପରାଧ ବାଲିଅନ୍ତା ଭିଡହିଂସା ଘଟଣା by Proprietor Abhimanyu Maharana 3 months ago Share on FacebookShare on TwitterWhatsapp ଅବହେଳା ନା ଅପରାଧୀଙ୍କୁ ପୋଲିସ ଜାଣିଶୁଣି ସୁଯୋଗ ଦେଲା – ଏନଏଚଆରସିର ତଦନ୍ତ ଆରମ୍ଭ; ବରିଷ୍ଠ ଅଧିକାରୀ ଛାନିଆ – ଆଇଆଇସିଙ୍କୁ ଅନୁମତି ଦେଲେ କିନ୍ତୁ ନିଜେ ଆସିନଥିଲେ ଡିସିପି – ସାମାନ୍ୟ ଘଟଣାରେ ଫୋର୍ସ ମୁତୟନ; ବାଲିଅନ୍ତା ବେଳକୁ ବିଳମ୍ବ – ଭିଡିଓ ଦେଖି ଗିରଫଦାରୀ; କାରଣ ଖୋଜୁନି କ୍ରାଇମବ୍ରାଞ୍ଚ – ସନ୍ଦେହରେ ମାମଲାରୁ ଦୂରେଇ ରହିଥିବା ଓମପ୍ରକାଶ ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବାଲିଅନ୍ତା ଭିଡହିଂସା ଘଟଣାରେ ଏନଏଚଆରସି ତଦନ୍ତ ଆରମ୍ଭ କରିଛି । ପର୍ଯ୍ୟାୟକ୍ରମେ ଭୁବନେଶ୍ୱର କମିଶନରେଟ ପୋଲିସର ଛୋଟ ଠୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କ ବୟାନ ରେକର୍ଡ କରାଯିବ । ଏତେବଡ ଘଟଣାରେ ପୋଲିସର ଅବହେଳାକୁ ହିଁ ପ୍ରଥମେ ଦାୟୀ କରାଯାଉଛି । ଯେହେତୁ ସହର ଉପକଣ୍ଠ କମିଶନରେଟ ଇଲାକାରେ ପୋଲିସ ବିଳମ୍ବରେ ପହଞ୍ôଚବା ସବୁଠାରୁ ବଡ ପ୍ରଶ୍ନ । ଘଣ୍ଟାଏ କି ଅଧ ଘଣ୍ଟ। । ନୁହେଁ; ଦୀର୍ଘ ୪ରୁ ୫ ଘଣ୍ଟା ଧରି ରାମଚନ୍ଦ୍ରପୁର କାଜ ନିକଟରେ ଅମାନବୀୟ ହିଂସାକାଣ୍ଡ ଚାଲିଥିଲା । ତଥାପି ପୋଲିସ ସେଠାରେ ପହଞ୍ôଚନପାରିବା ବିଷୟକୁ ସହଜରେ ଗ୍ରହଣ କରିହେଉନାହିଁ । ପୋଲିସ ଜାଣିଶୁଣି ବିଳମ୍ବରେ ସେଠାକୁ ଯାଇ ହତ୍ୟାକାରୀଙ୍କୁ ସୁଯୋଗ ଦେଇଥିବା ଅଭିଯୋଗ ସାମ୍ନାକୁ ଆସୁଛି । ଯାହାକୁ ନେଇ ଏବେ ବଡବଡିଆ ପୋଲିସ ଅଧିକାରୀଙ୍କ ଭିତରେ ଛକନା ପଶିଛି । ମେ’ ୭ ତାରିଖ ପୂର୍ବାହ୍ନ ୧୦ଟାରେ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଦୁର୍ଘଟଣା ପରବର୍ତ୍ତୀ ହିଂସାକାଣ୍ଡ ଘଟିଥିଲା । ଦୁର୍ଘଟଣାରେ ଆହତ ଦୁଇ ଯୁବତୀଙ୍କ ସହିତ ବଚସା ଉଗ୍ରରୂପ ନେଇଥିବା କୁହାଯାଉଛି । ଧିରେ ଧିରେ ସେଠାରେ ଭିଡ ବଢିଥିଲା । ପରେ ସୌମ୍ୟଙ୍କୁ ରାସ୍ତାରୁ ଘୋଷାଡି ନେଇ ବିଲ ଭିତରେ ସଂଘବଦ୍ଧ ଆକ୍ରମଣ କରାଗଲା । ହାତଗୋଡ ବାନ୍ଧି ଯିଏ ଯେମିତି ଚାହିଁଲା ପିଟିଲେ । ଶେଷରେ ସୌମ୍ୟଙ୍କୁ ହିଂସ୍ର ପଶୁଜନ୍ତୁ ଭଳି ବାଉଁଶ/ବହ୍ଲାରେ ବାନ୍ଧିଦେଇ ମାରିଲେ । ଏହି ସମୟରେ ଘଟଣାସ୍ଥଳ ଲୋକାରଣ୍ୟ ହୋଇପଡିଥିଲା । ରାସ୍ତାରେ ଯାଉଥିବା ଅଜଣା ପଥଚାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ସବୁ ଦେଖୁଥାନ୍ତି । ପ୍ରତ୍ୟେକ୍ଷଦର୍ଶୀମାନେ ନିଜ ଫୋନରେ ସବୁ ଦୃଶ୍ୟ ରେକର୍ଡ କରିବା ସହ ୧୧୨କୁ ଫୋନ କରି ଜଣାଇଥିଲେ ମଧ୍ୟ ପୋଲିସ ଶୀଘ୍ର ଆସିପାରିନଥିଲା । ଆଶ୍ଚର୍ଯ୍ୟର ବିଷୟ, ପ୍ରାୟ ୧ ଘଣ୍ଟା ପରେ ବାଲିଅନ୍ତା ଥାନା ପିସିଆର ସେଠାରେ ପହଞ୍ôଚଥିଲା । କିନ୍ତୁ ସେତେବେଳକୁ ସୌମ୍ୟଙ୍କୁ ମାଡମାରି ଦରମରା କରିସାରିଥିଲେ ଲୋକେ । ପିସିଆର କର୍ମଚାରୀ ଚାହିଁଥିଲେ ସୌମ୍ୟଙ୍କୁ ଉଦ୍ଧାର କରିପାରିଥାନ୍ତେ । କିନ୍ତୁ ପ୍ରବଳ ଭିଡର ଆଳ ଦେଖାଇ ଦର୍ଶକ ସାଜିଥିଲେ । ପ୍ରାୟ ଅଧ ଘଣ୍ଟା ପରେ ଥାନାର ଜଣେ ଏସଆଇ କିଛି କର୍ମଚାରୀଙ୍କୁ ଧରି ପହଞ୍ôଚଥିଲେ । ଠିକ ସେହି ସମୟରେ ବାଲିଅନ୍ତା ଥାନା ଅଧିକାରୀ ଡିସିପି ଜଗମୋହନ ମୀନାଙ୍କ ଅଧ୍ୟକ୍ଷତାରେ ଚାଲିଥିବା କ୍ରାଇମ ମିଟିଂରେ ବସିଥିଲେ । ଦିନ ପ୍ରାୟ ୧ଟା ବେଳକୁ ଟିଭିରେ ଦେଖି ଥାନା ଅଧିକାରୀ ମିଟିଂ ଅଧାରୁ ଛାଡି ଘଟଣାସ୍ଥଳକୁ ଆସିଥିଲେ । ମାତ୍ର ସେତେବେଳକୁ ସୌମ୍ୟଙ୍କ ମୃତ୍ୟୁ ଘଟିସାରିଥିଲା । ଔପଚାରିକ ଭାବେ ମେଡିକାଲ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏତେସବୁ ଘଟିଯିବା ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ôଚବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁଠି ଭୁବନେଶ୍ୱରରେ ଭିଡ ସମ୍ଭାଳିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରାଫିକ ଥାନା ରହିଛି । ନିତିଦିନିଆ ଭିଆଇପିଙ୍କ କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଉଛି । କ୍ରମାଗତ ଅପରାଧୀକ କାର୍ଯ୍ୟକଳାପ ବଢିବାରୁ ଭୁବନେଶ୍ୱରରେ ସ୍ୱତନ୍ତ୍ର ପୋଲିସ ଟିମ ମଧ୍ୟ ଗଠନ ହୋଇଛି । ସାମାନ୍ୟ କେଉଁଠି ଗଣ୍ଡଗୋଳ କିମ୍ବା ଦୁର୍ଘଟଣା ଘଟିଲେ ପୋଲିସ ସଂଗେ ସଂଗେ ଫୋର୍ସ ଧରି ପହଞ୍ôଚଯାଉଛି । ହେଲେ ବାଲିଅନ୍ତା ଭିଡହିଂସା ଘଟଣାକୁ ପୋଲିସ କିଭଳି ହାଲୁକା ଭାବେ ନେଲା ତାହା ଏବେ ସନ୍ଦେହଘେରରେ । ଯଦି ଦେଖାଯାଏ ସହରର ଆଇନଶୃଙ୍ଖଳା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ମାସିକ କ୍ରାଇମ ମିଟିଂ ବା ଅପରାଧ ସମୀକ୍ଷା ବୈଠକ ହୋଇଥାଏ । ସେହି ମିଟିଂ ଅଧାରୁ ଡିସିପିଙ୍କ ଅନୁମତି ନେଇ ଥାନା ଅଧିକାରୀ ଘଟଣାସ୍ଥଳକୁ ଆସିଥିଲେ; ଅଥଚ ଡିସିପି ଜାଣିବା ପରେ ମଧ୍ୟ ଚୁପ ରହିଥିଲେ । ଏପରିକି କୌଣସି ଏସିପି ପାହ୍ୟାର ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଯାଇନଥିଲା । ସମସ୍ତେ ଅପରାହ୍ନ ଯାଏ କ୍ରାଇମ ମିଟିଂରେ ବସିରହିଥିଲେ । ଖୋଦ ରାଜଧାନୀର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କମିଶନର ମଧ୍ୟ ବିଳମ୍ବରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହି ସମସ୍ତ ବିଷୟକୁ ତଜର୍ମା କଲେ ଭିଡହିଂସା ଘଟଣାରେ ପୋଲିସର ଅବହେଳା ନୁହେଁ ସୌମ୍ୟଙ୍କୁ ହତ୍ୟା ପାଇଁ ଜାଣିଶୁଣି ସୁଯୋଗ ସୃଷ୍ଟି କରାଯାଇଥିବା ଭଳି ମନେ ହେଉଛି । କେଉଁ ଅଦୃଶ୍ୟ ଶକ୍ତିର ଚାପରେ ପୋଲିସ ଏଭଳି କରିଛି ତାହା ତଦନ୍ତ ସାପେକ୍ଷ । ଅନ୍ୟପଟେ, ତଦନ୍ତ ପ୍ରକ୍ରିୟାରେ ମଧ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚର ବହୁତ ଦାୟିତ୍ୱହୀନତା ସାମ୍ନାକୁ ଆସିଛି । ମୁଖ୍ୟ ପ୍ରତ୍ୟେକ୍ଷଦର୍ଶୀ ଓମପ୍ରକାଶ ଓ ଦୁଇ ଯୁବତୀଙ୍କୁ ଏଯାବତ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । କେବଳ ମାଡ ମାରିଥିବା ଲୋକଙ୍କୁ ଭିଡିଓରୁ ଚିହ୍ନଟ କରି ଗିରଫ କରାଯାଉଛି । ଦୁଇ ଯୁବତୀଙ୍କ ଏତଲାରେ କେବଳ ସୌମ୍ୟଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଯଦିଓ ଓମପ୍ରକାଶ ବାଇକ ଧକ୍କା କରିବାରୁ ବିବାଦ ଉପୁଜିଥିଲା । ଏହି ଘଟଣାରେ ଓମପ୍ରକାଶ ନା ଆହତ ହୋଇଛନ୍ତି ନା ଘଟଣା ପରଠୁ ଆଉ ସାମ୍ନାକୁ ଆସୁଛନ୍ତି । ପାଲଟା କୁନାଲ ସମେତ ଅନ୍ୟ କିଛି ଯୁବକଙ୍କୁ ସେଠାକୁ ଫୋନ କରି ଡାକିଥିଲେ । ସେହିଭଳି ଦୁଇ ଯୁବତୀଙ୍କ ବୟାନରେ ତାଳମେଳ ରହୁନାହିଁ । ଘଟଣା ପୂର୍ବରୁ ଫିଡ୍ସ ମାରିବା ପରେ ସୌମ୍ୟ ବାଉଳାଚାଉଳା ହେବା ନେଇ ଓମପ୍ରକାଶ ଦେଇଥିବା ବୟାନ କେତେଦୂର ସତ୍ୟ ତାହା ତଦନ୍ତ ପରେ ଜଣାପଡିବ । ମୁଖ୍ୟ କଥା ହେଲା, ଓମପ୍ରକାଶ ଚାହିଁଥିଲେ ପାଲଟା ଏତଲା ଦେଇପାରିଥାନ୍ତେ କିନ୍ତୁ ସେଭଳି କିଛି ପଦକ୍ଷେପ ନେଇନାହାନ୍ତି । ଓମପ୍ରକାଶ ମାମଲାରୁ ନିଜକୁ ଦୂରେଇ ରଖିବା ବିଷୟ ସୌମ୍ୟଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026 ରେଳମଦଦ୍ ମାଧ୍ୟମରେ ଯାତ୍ରୀଙ୍କ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ଉଦ୍ଧାର by Proprietor Abhimanyu Maharana September 11, 2026