ଓଡ଼ିଶା ତାଜା ନ୍ୟୁଜ (୨୯ ସେପ୍ଟେମ୍ବର ମଙ୍ଗଳବାର )ଦିଗପହଣ୍ଡି :- ଦିଗପହଣ୍ଡି ବ୍ଳକ ବୋମକେଇ ଗାଁ ରେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ବିଜେଡ଼ି – ବିଜେପି ସମର୍ଥକ ଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଉଭୟ ଗୋଷ୍ଠୀ ମଧ୍ୟରେ କ୍ରମାଗତ ଭାବେ ରକ୍ତାକ୍ତ ସଂଘର୍ଷ ଲାଗି ରହିଛି । ଗତ ୧୧ ତାରିଖ ସନ୍ଧ୍ୟାରେ ରାଜନୈତିକ ଶତ୍ରୁତା କୁ କେନ୍ଦ୍ରକରି ଭାଜପା ସମର୍ଥକ ପିଙ୍କୁ ଓରଫ କ୍ରିଷ୍ଣା ପ୍ରଧାନ ନାମକ ଜଣେ ଯୁବକଙ୍କୁ ବିଜେଡ଼ି ସମର୍ଥକ ନିରାକାର ପ୍ରଧାନ , ତୋଫାନ ପ୍ରଧାନ ଓ ତାଙ୍କ ଅନ୍ୟ ୨ ସହଯୋଗୀ ବୋମା ମାଡ଼ କରିବା ସହ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଥିଲେ । ଏହି ମାମଲା ରେ ଫେରାର ଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ନିରାକାର ଏବଂ ତୋଫାନ ଙ୍କୁ କେ. ନୂଆଗାଁ ଥାନା ପୋଲିସ ଭୁବନେଶ୍ୱର ରୁ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି । ଥାନା ମାମଲା ନଂ.୧୯୦/୨୦୨୦ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟ ଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି ।
ପୋଲିସ ସେମାନଙ୍କ ନିକଟରୁ ଏକ ବାଇକ୍ ଓ ହତ୍ୟାଉଦ୍ୟମ ମାମଲାରେ ବ୍ୟବହୃତ ଖଣ୍ଡା କୁ ଜବତ କରିଛନ୍ତି । ପୋଲିସ ସୂଚନାନୁସାରେ ଘଟଣା ଦିନ ଭାଜପା ସମର୍ଥକ ପିଙ୍କୁ ଙ୍କୁ ଗାଁ ଶିବ ମନ୍ଦିର ନିକଟରେ ପୂର୍ବ ଯୋଜନା ପ୍ରକାରେ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀର ନିରାକାର ଓ ତାଙ୍କ ସମର୍ଥକ ମାନେ ବୋମା ମାଡ଼ କରିଥିଲେ । ସେ ଜୀବନ ବିକଳରେ ଦୋୖଡି ଦୋୖଡି ତଳେ ପଡିଯିବାରୁ ସେମାନେ ତାଙ୍କୁ ଖଣ୍ଡା ରେ ଗୋଡ଼ାଇ ଗୋଡ଼ାଇ ହାଣି ଥିଲେ। ନିକଟରେ ଥିବା ପିଙ୍କୁ ଙ୍କ ସାଙ୍ଗ ବିଜୟ ଛଡାଇବା ରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଗିରଫ ଭୟରେ ଅଭିଯୁକ୍ତ ମାନେ ଗାଁ ରୁ ଫେରାର ହୋଇ ଭୁବନେଶ୍ୱର ରେ ଆତ୍ମଗୋପନ କରିଥିଲେ। ପ୍ରାପ୍ତ ସୂଚନାକୁ ଭିତ୍ତିକରି ସୋମବାର ଭୋର ରେ ପୋଲିସ ଟିମ୍ ଅଭିଯୁକ୍ତ ଦ୍ୱୟ ରହୁଥିବା ଏକ ଘରେ ଅତର୍କିତ ଚଢାଉ କରି ଉଭୟଙ୍କୁ ଗିରଫ କରିଥିଲେ । ( ରିପୋର୍ଟ: ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )
