୮ଟି ନାଟ ଗୋଡରେ କନ୍ଦର୍ପ ରୂପ ଖୋଦେଇ ଜାରୀ

ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜା ନଅର ସମ୍ମୁଖ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଶନିବାର ରଥ ନିର୍ମାଣର ୪୭ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣକାର୍ଯ୍ୟ ଆରମ୍ଭ କରିଥିଲେ । ତିନିରଥ ଦଣ୍ଡା ଉଭୟ ପାର୍ଶ୍ୱରେ ତିନିଗୋଟି ଲେଖାଏଁ ପୋଲ ଗୟଳ ସଂଯୋଗ ହେବାସହ,

ଅନୁକୂଳ ପୂଜା ସହ ତିନିରଥ ର ଚାରି ନାହାକା ଉଠିବା ପର୍ବ ସମ୍ପନ୍ନ ହୋଇଥିଲା । ତିନିରଥର ମୋଟ ୩୨ ଗୋଟି ଗୟଳ ମଧ୍ୟରୁ ଗତକାଲି ସୁଦ୍ଧା ତିନିରଥର, ୩ ଗୋଟି ଲେଖାଏଁ ପୋଲ ଗୟଳ ମୋଡା ଶେଷ ହୋଇଥିଲା, ଆଜି ତିନି ରଥର ବାକି ଥିବା ସମସ୍ତ ପୋଲ ଗୟଳ ଏବଂ ଚାନ୍ଦା ଗୟଳ ମୋଡା ଯାଇ କଣ୍ଟା ବସିବା ପାଇଁ ଦଉଡ଼ିରେ ବାନ୍ଧେଣି ପଡ଼ିଅଛି ।

ଏହା ଦୁଇପାର୍ଶ୍ୱ ନିରାଡି ରେ ସଂଯୋଗ ହୋଇ ଗୟଳ ଏବଂ ନିରାଡି ରେ ଖୋଦେଇ କାପ ଶେଷ ହୋଇଛି । ରୂପକାର ସେବକ ମାନେ ତିନିରଥର ବେଦୀ ସିଂହାସନ ମୁହାଁଟି ରେ ଶେଷ ହୋଇଥିବା ଚିତ୍ର ରୂପ ର ପଲିସ୍ କାର୍ଯ୍ୟ ସହ ତିନିରଥର ୮ଟି ଲେଖାଏ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରୀ ରଖିଛନ୍ତି ।

ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ଗୟଳ କଣ୍ଟା ଶେଷ କରି ତିନିରଥର ୧୩ ପରାସ୍ତ ପୋଟଳ ନିର୍ମାଣ ପାଇଁ ଜଙ୍ଘା , ବାଗିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । ପାହି ମହାରଣା ମାନେ ଅଣସର ଏବଂ ରଥଯାତ୍ରା ସେବା ପୂଜା ନୀତି ପାଇଁ କାଠ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି ।

ତିନିରଥ ର ମହାରଣା ସେବକ ୭୭ଜଣ, ଭୋଇ ସେବକ ୭୭ ଜଣ, ରୂପକାର ସେବକ ୨୧ କରତୀ ସେବକ ୪ଜଣ ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ ,ପାହି ମହାରଣା ୨ଜଣ ,ରଥଖଳା ସହାୟକ ୧ଜଣ ମୋଟ ୨୦୪ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।

Exit mobile version