ବିଶ୍ବ ପରିବେଶ ଦିବସ ଉପଲକ୍ଷେ ନୟାଗଡ଼ କ୍ଳବ ତରଫରୁ ବୃକ୍ଷରୋପଣ

ନୟାଗଡ଼  (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନୟାଗଡ଼ ବ୍ଳକ ଅନ୍ତର୍ଗତ ଜୟପୁର ଓ ସୁବର୍ଣ୍ଣଦେଇପୁରକୁ ସଂଯୁକ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ନୟାଗଡ଼ କ୍ଳବ ତରଫରୁ ବିଶ୍ବ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କ୍ଳବ୍ ସଭାପତି ଅଶୋକ କୁମାର ନାୟକଙ୍କ ଅଧ୍ଯକ୍ଷତାରେ ସଦସ୍ଯ ମାନଙ୍କୁ ନେଇ ପ୍ରଥମେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ପରିବେଶ ପ୍ରଦୂଷଣ କିପରି ରୋକିପାରିବା ସହିତ ବୃକ୍ଷ ରୋପଣ କାହିଁକି କରିବା ଓ କିପରି କରିବା ସେ ବିଷୟରେ ଆଲୋଚନା ହୋଇଥିଲା । ନୟାଗଡ଼ କ୍ଳବର ବରିଷ୍ଠ ସଦସ୍ୟ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ ଓ ଅବିନାଶ ସାହୁ ନିଜ ନିଜର ମତାମତ ରଖିଥିଲେ । ଏହାପରେ କ୍ଳବର ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ବୃକ୍ଷ ରୋପଣ କରାଯାଇ ଥିଲା ।

Exit mobile version