
ଓଡ଼ିଶା ତାଜା ନ୍ୟୁଜ (୨୯ ସେପ୍ଟେମ୍ବର ମଙ୍ଗଳବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲାସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟଠାରେ କୃଷି ଯାନ୍ତ୍ରିକ ପରିଚାଳନା ସଂସ୍ଥା (ଆତ୍ମା)ର ନୂତନ ଅଧ୍ୟକ୍ଷ ଚୟନ ପ୍ରକିୟା ଅନୁଷ୍ଠିତ ହୋଇଯାଇଛି । ସହକାରୀ କୃଷି ଅଧିକାରୀ ଶିବାନୀ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ । ୨୬ ଜଣ ସଦସ୍ୟଙ୍କ ଉପସ୍ଥିତିରେ ନର୍ଲାର ଆଲୋକ କୁମାର ଚାନ୍ଦଙ୍କୁ ସର୍ବସମ୍ମତିକ୍ରମେ ଆତ୍ମାର ଅଧ୍ୟକ୍ଷ ଭାବରେ ଘୋଷଣା କରାଯାଇଥିଲା ।
ନର୍ଲା ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଆତ୍ମାର ଡିପିଡି ଧ୍ରୁବଚରଣ ମହନ୍ତ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ସରୋଜ ମାଝୀ, ସୁଶ୍ରୀ ରୀନା ଭୋଇ ଓ ଆତ୍ମାର ପୂର୍ବ ସଭାପତି ଅରକ୍ଷିତ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ । କୃଷକଙ୍କ ଏହି ସଂସ୍ଥା ଉପରେ ନୂତନ ଅଧ୍ୟକ୍ଷଙ୍କ ନେତୃତ୍ବ ଏକ ନୂଆ ଦିଗ ଉନ୍ମୋଚିତ କରିବ ବୋଲି ଚାଷୀ ମହଳରେ ଆଶା ଭରସା ରହିଛି । କୃଷି ଓ କୃଷକର ସମସ୍ୟା ଉପରେ କାର୍ଯ୍ୟ କରିବା ସହ ଏହାର ଉନ୍ନତି ଉପରେ ଗୁରୁତ୍ବ ଦେବି ବୋଲି ଅଧ୍ୟକ୍ଷ ଶ୍ରୀ ଚାନ୍ଦ ମତବ୍ୟକ୍ତ କରିଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ)
