ଅଲ ଓଡିଶା ଏକ ଦିବାସୀୟ ରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବାଣପୁର ଟିମ ଚମ୍ପିୟାନ

ରଣପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ମହୋତ୍ସବ ପଡ଼ିଆରେ ରାଜସୁନାଖଳା ସ୍ପୋର୍ଟ୍ସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏକ ଦିବାସୀୟ ରାତ୍ରି ହାଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହା ଆଡମ୍ବର ସହକାରେ ରବିବାର ଅନୁଷ୍ଠିତ ହୋଇଯାଇଛି ! ଅଲ ଓଡିଶା ଏକ ଦିବାସୀୟ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଉଦଘାଟକ ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବ୍ଲକ ବିଜେଡି ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀ,

ସମାଜସେବୀ ଲିଙ୍ଗରାଜ ପ୍ରଧାନ ଶିକ୍ଷାବିତ ସଦାଶିବ ସାହୁ,ଶିଳ୍ପପତି ସମ୍ବିତ କୁମାର ସାହୁ ଓ ନରେତ୍ତମ ନାୟକ ପ୍ରମୁଖ ଯୋଗଦେଇ କ୍ରିକେଟ ପିଚରେ ନଡ଼ିଆ ବାଡେଇ ପୂଜାର୍ଚ୍ଚାନା କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ଏକ୍ସଟ୍ରିମ ନାଇନ ଜଟଣୀ ଓ ୟୌଙ୍ଗ ଷ୍ଟାର ଖୋର୍ଦ୍ଧା ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ୬ ଓଭର ବିଶିଷ୍ଟ ହାଙ୍ଗାମା ମ୍ୟାଚରେ ୮ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିଲେ।

ଏହି ହାଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ରାତ୍ର ୮ଟା ରୁ ଆରମ୍ଭ ହୋଇ ଭୋର ୫ ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଏହି ଫାଇନାଲ ମ୍ୟାଚ ଟୁର୍ଣ୍ଣାମେଣ୍ଟରେ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ, ମୁଖ୍ୟବକ୍ତା ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ବୋଲଗଡ଼-ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ,

ରଣପୁର ପୂର୍ବତନ ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ,ବିଶିକେଶନ ସାହୁ, ରାଜେଶ କୁମାର ସାହୁ,, ପ୍ରଭାତ କୁମାର ସାହୁ, ଦୁର୍ଗା ବଜାର ବଣିକ ସଙ୍ଘ ସଭାପତି ସୁରେଶ କୁମାର ସାହୁ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଶାନ୍ତି ଶୃଙ୍ଖଳାର ଖେଳ ପ୍ରଦର୍ଶନ କରିବା ସହିତ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ। ।ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବାଣପୁର ଓ ଯାଆଁଳା ପରସ୍ପରକୁ ଭେଟି ଥିଲେ ।

ଯାଆଁଳା ପ୍ରଥମେ ବ୍ୟାଟିଙ୍ଗ କରି ୬୦ରନ ସଂଗ୍ରହ କରିଥିଲେ । ବାଣପୁର ୬୧ ରନକୁ ପିଛା କରି ୫.୪ ଓଭରରେ ୬୧ରନ କରି ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ। ରାଜସୁନାଖଳା ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ଲଟ୍ରି ବ୍ୟବସ୍ଥା କରାଯାଇ ପ୍ରଥମ ପୁରସ୍କାର ସାଇକେଲ ଓ ଦ୍ୱିତୀୟ ପୁରସ୍କାର ହଟ କେସ ବିଜେତାଙ୍କୁ ପ୍ରଦାନ କରାଯାଇଥିଲା । ପରେ ଅତିଥିମାନେ ରନରସପ ହୋଇଥିବା ଟିମର ଖେଳାଳିମାନଙ୍କୁ ପନ୍ଦର ଶହ ଟଙ୍କା ସହିତ ଟ୍ରଫି ପ୍ରଦାନ କରିବା ସହିତ ଚମ୍ପିୟାନ ଟିମର ଖେଳାଳି ମାନଙ୍କୁ ପଚିଶ ଶହ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ ।

ଏହି ମ୍ୟାଚରେ ଭାଷ୍ୟକlର ଭାବେ ଲକ୍ଷ୍ମୀକାନ୍ତ ମିଶ୍ର, ଓ ବଲ୍ଲଭ କୁମାର ପ୍ରଧାନ ଏବଂ ଅଞ୍ଚଳର ଦକ୍ଷ ଅମ୍ପେୟାର ଭାବେ ପ୍ରତାପ କୁମାର ଷଡ଼ଙ୍ଗୀ ଓ ଆନନ୍ଦ ଚନ୍ଦ୍ର ବାରିକ ଏବଂ ସୁଶାନ୍ତ ପ୍ରଧାନ ମ୍ୟାଚକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅର୍ଥଲେଟିକ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଶାନ୍ତିପୂର୍ଣ ଭାବେ ସହଯୋଗ କରି ପରିଚାଳନା କରିଥିଲେ ।

ବିଶେଷ ଆକର୍ଷଣ ଚିୟର ଗ୍ୟାଲଙ୍କ ନୃତ୍ୟ ଦର୍ଶକମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ପରିଶେଷରେ ରାଜସୁନାଖଳା ସ୍ପୋର୍ଟ୍ସ ଆସୋସିଏସନର ଉପଦେଷ୍ଠା ରଶ୍ମିକାନ୍ତ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଏକ ଦିବାସୀୟ ରାତି କ୍ରିକେଟ ମ୍ୟାଚକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ସାତ ହଜାରରୁ ଉର୍ଦ୍ଧ ଦର୍ଶକଙ୍କ ଭିଡ ଜମିଥିଲା ।

Exit mobile version