ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଜଟଣୀ ପୌରପାଳିକା ର ଚରମ ଅବ୍ୟବସ୍ଥା କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସ୍ୱଚ୍ଛତା ପାଇଁ ଓଡ଼ିଶାରେ ପ୍ରଥମ ସ୍ଥାନ ପାଇଥିବା ଜଟଣୀ ପୌରପାଳିକା ବର୍ତ୍ତମାନ ସର୍ବନିର୍ମ ସ୍ଥାନରେ କହିଲେ ଅତୁକ୍ତି ହେବ ନାହିଁ। ସବୁଠାରୁ ବଡ଼ ବିପଦଜନକ ହେଲା ଘର ପାଇଖାନା ମଇଳା ଟାଙ୍କି ସଫା କରି ସେଥିରୁ ସଂଗୃହିତ ମଳ ଏବଂ ମଇଳା ପାଣି କୁ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ବିଶୋଧନଗାରରେ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇଛି, ହେଲେ ସଂଗୃହିତ ମଇଳା ଏବଂ ମଇଳା ପାଣିକୁ ଜଟଣୀ ଉପକଣ୍ଠ ପଥର ଖଣି ରେ ଖୋଲା ଆକାଶ ପୃଷ୍ଟଭୂମିରେ ନିଷ୍କାସନ ହେବା ସମୟରେ ପ୍ରମାଣ ସ୍ୱରୂପ ଜିଓ ଫୋଟ ଉଠାଯାଇଛି।ଯାହା ଆପଣଙ୍କ ସମୁଖ ରେ ଦେଖାଯାଉଛି।
