ବେଣୁଧର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିଭାପୂଜା ଓ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ

କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କଟକ ସଦର ଅନ୍ତର୍ଗତ କୁରାଙ୍ଗ ପ୍ରଧାନ, ରାୟପୁର ସ୍ଥିତ ବେଣୁଧର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିଭାପୁଜା ଓ ସମାଜ ସେବୀ ସ୍ବର୍ଗତ ବେଣୁଧର ସାମଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀଉତ୍ସବ ତାଙ୍କ ନିଜ ବାସଭବନ କୂରାଙ୍ଗ ପ୍ରଧାନ ଗ୍ରାମ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଛି । ସମାଜ ସେବୀ ତଥା ବୁଦ୍ଧ ଆମ୍ବେଦକର ମିଶନ ଅଫ ଓଡିଶାର କାର୍ଯ୍ୟକାରୀ ସଭାପତି ସୁକାନ୍ତ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୂଳନିବାସୀ ସମତା ପରିଷଦର ରାଜ୍ୟ ସଂଯୋଜକ ଅଭିରାମ ମଲ୍ଲିକ,

ମୁଖ୍ୟବକ୍ତା ଭାବେ ବେଦ ବିଦ୍ୟାର୍ଥୀ ଗାୟକ ଆହ୍ଲାଦ ଶ୍ରୀ ସୂରେନ୍ଦ୍ର ନାଥ ଛୋଟରାୟ ଏବଂ ସମ୍ମାନିତ ଅତିଥି ଭାବେ, ସମାଜସେବୀ ଡକ୍ଟର ଗୌତମ ଦାସ, ସମାଜ ସେବୀ ଗଣେଶ ଚନ୍ଦ୍ର ସାହୁ,ସରପଞ୍ଚ ବିଶ୍ୱଜିତ୍ ଭୋଇ, , ସମାଜ ସେବୀ ବିଶ୍ୱରାଞ୍ଜନ ସାହୁ,ସମାଜସେବୀ ରାମହରି ବେହେରା, ଶିବ ପ୍ରସାଦ ମଲ୍ଲିକ, ମନୋଜ ସାହୁ, ବିଜୟ ଭୋଇ, ନମିତା ମହାପାତ୍ର, ଗଗନ ଜେନା, ବିଶ୍ୱରଂଜନ ସାହୁ, ଗିରିଶ ଚନ୍ଦ୍ର ନାୟକ,ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ବେଣୁଧର ସାମଲଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାଚରଣ କରିଥିଲେ ।

ପ୍ରଥମେ ବେଣୁଧର ଚାରିଟେବୁଲ ଟ୍ରଷ୍ଟର ଅଧକ୍ଷ ଶ୍ରୀଯୁକ୍ତ ଭରତ କୁମାର ସାମଲ (ଅଜୁ) ସ୍ବର୍ଗତ ବେଣୁଧର ସାମଲଙ୍କ ଫଟୋଚିତ୍ରରେ ପ୍ରଦୀପ ଜାଳି ପୁଷ୍ପମାଲ୍ୟ ଅର୍ପଣ କରି ଏହାକୁ ଉଦ୍ଘାଟନ କରିଥିବାବେଳେ ବାରଙ୍ଗ ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ବିରାଜିନୀ ମଲ୍ଲିକ କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ମାଗଣା ଚକ୍ଷୁଚିକିତ୍ସା ଶିବିରକୁ ଫିତା କାଟି ଶୁଭ ଉଦ୍ଘାଟନ କରି ଚକ୍ଷୁ ରୋଗୀମାନଙ୍କୁ ଚିକିତ୍ସା ଏବଂ ଚଷମା ବଣ୍ଟନରେ ସହାୟତା କରିଥିଲେ ।

ଏହି ଶ୍ରାଦ୍ଧ ବାର୍ଷିକୀ ଅବସରରେ ଉପସ୍ଥିତ ଅତିଥିମାନଙ୍କ ସହିତ ଅନ୍ୟାନ୍ୟ ଅତିଥିମାନେ ସ୍ବର୍ଗତ ବେଣୁଧର ସାମଲଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ ପ୍ରଦାନ କରି ତାଙ୍କ ଆତ୍ମାର ସଦଗତି ନିମନ୍ତେ କାମନା କରିଥିଲେ । ଏହି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ଉପଲକ୍ଷେ ବେଣୁଧର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର, ଗରୀବ ବୃଦ୍ଧ, ବୃଦ୍ଧା, ମହିଳା ,ଅସହାୟ ଲୋକମାନଙ୍କୁ ଲୁଗା ଏଵଂ ଉତ୍ତରୀୟ ପ୍ରଦାନ ସହ ଫଳ ବଣ୍ଟନ କରାଯାଇଥିଲା ।

ଆଉ ମଧ୍ୟ ଏହି ଅବସରରେ କୃତ୍ତିପ୍ରତିଭା ଧାରି ଛାତ୍ର ଛାତ୍ରୀ ଏବଂ ପ୍ରତିଭାଧାରୀ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାମ୍ୱାଦିକ ବିନୋଦ କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ , ଶ୍ରଦ୍ଧାଳୁ,ମାନ୍ୟଗଣ୍ୟ ବ୍ୟକ୍ତି ସମାଜସେବୀ,, ରାଜନୈତିକ ବ୍ୟକ୍ତି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ,ଶୁଭେଛୁମାନେ ଯୋଗ ଦେଇଥିଲେ,। ଯୁବ ସ୍ୱଛାସେବମାନେ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version