
ଓଡ଼ିଶା ତାଜା ନ୍ୟୁଜ (୨୯ ସେପ୍ଟେମ୍ବର , ମଙ୍ଗଳବାର ) ଢେଙ୍କାନାଳ :- ଜିଲ୍ଲାରେ ଆଜି ଆଉ ୯୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ୬୬ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୧୮ ଜଣ ସ୍ଥାନୀୟ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଥିବାବେଳେ ୭ ଜଣ ବିଭିନ୍ନ ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ।
ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ପୌରାଞ୍ଚଳର ୪୫ ଜଣ ରୁ ଗୁଡିଆନାଳୀରୁ ୬, ଶ୍ୟାମାଚରଣ ପୁର,କୁଞ୍ଜକାନ୍ତ ଓ ଭାଗିରଥି ବିହାରରୁ ୪ ଲେଖାଏଁ,କଲେଜ୍ ରୋଡ୍,ପୋଷ୍ଟ୍ ଅଫିସ୍ ଓ ବାଜିଚୌକରୁ ୩ ଲେଖାଏଁ, ବନମାଳୀ ପ୍ରସାଦ, ଗାୟତ୍ରୀ ନଗର,ମୁନିସିପାଲିଟି ଅଫିସ୍, ପୋଲିସ ଲାଇନ୍,ଅମଲାପଡା ଓ PWD colony ରୁ ୨ ଲେଖାଏଁ, ଏବଂ ଡି ଏଚ୍ ଏଚ୍, ମହାବୀର ବଜାର, ଦକ୍ଷିଣକାଳୀ, ଗଣେଶ ବଜାର,ଆନନ୍ଦ ନଗର ଓ ଭଗବାନ ପୁରରୁ ଜଣେ ଲେଖାଏଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ଭୁବନ ବ୍ଲକ ଦୟାଁବିଲି ଓ ଭୁଷଳରୁ ୨ ଲେଖାଏଁ,ଆଦିପୁରା,ମାଣ୍ଡୁକୁଲା ଓ କୁଣ୍ଡାରୁ ଜଣେ ଲେଖାଏଁ ଥିବାବେଳେ କଙ୍କଡ଼ାହାଡ଼ ବ୍ଲକର ରାଣୀବେଡା, ନୂଆଗାଁ,ବିରାଶାଳ କୋହ୍ଲଣିଆ ଓ କୋରିଆ ପାଳରୁ ଜଣେ ଲେଖାଏଁ, କାମାକ୍ଷାନଗର ବ୍ଳକର ମହୁଲି ତୁମୁସିଙ୍ଗା,କୁସୁମ ଯୋଡି,ଅଁଳାବେରିଣୀ ଓ କମଙ୍ଗରାରୁ ଜଣେ ଲେଖାଏଁ,ଗନ୍ଦିଆ ବ୍ଲକର ଚଣ୍ଡିପାଳ, ଦଲସିଂହ୍ ମାର୍ଥାପୁର,ଖଣ୍ଡବନ୍ଧ,ଚିତ୍ତଲ ପୁର ଓ ଯୋରନ୍ଦାରୁ ଜଣେ ଲେଖାଏଁ, ଏବଂ ଓଡ଼ାପଡ଼ା ବ୍ଲକର ସାଇଁବିରିରୁ ୨, ପଶାସିଂହ,ସାରିଆପଦା ଓ ବଳରାମ ପ୍ରସାଦରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସଦର ବ୍ଲକର ୫ ଜଣ ଚିହ୍ନଟ ମଧ୍ୟରୁ,ରଞ୍ଜା,ଡେରାସିଙ୍ଗ୍,ଢୋଲପସି,ତରଭା ଓ ଗୋବିନ୍ଦପୁର ରୁ ଜଣେ ଲେଖାଏଁ, କାମାକ୍ଷାନଗର ଏନ୍ ଏ ସି ରୁ ୩,ହିନ୍ଦୋଳ ଏନ୍ ଏ ସି ରୁ ଜଣେ ଓ ବ୍ଳକର ନୂଆକିଆରି ଗ୍ରାମରୁ ଜଣେ ଏବଂ ପରଜଙ୍ଗ ବ୍ଲକର ସରାଙ୍ଗରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଆଉ ୮୬ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୩୬୮୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୦୫୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୩୧ ଜଣ ଚିକିତ୍ସାଧୀନ ଥିବାବେଳେ ୫ ଜଣ ମୃତ୍ୟୁବରଣ କରିଛନ୍ତିି । (ରିପୋର୍ଟ / ଅମର ରଞ୍ଜନ ଦାସ)
