ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଲେ ଅନିତା ପ୍ରିୟଦର୍ଶିନୀ : ଅବହେଳିତ ବର୍ଗଙ୍କୁ ସେବା ପାଇଁ ପ୍ରାଧାନ୍ୟ ଦେବି

କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଚଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୨୭ ତମ ସ୍ଥାନରେ କୃତିତ୍ଵ ହାସଲ କରିଥିବା ଅନିସା ପ୍ରିୟଦର୍ଶିନୀ ଦାସ ସମାଜର ଅବହେଳିତ ,ଅସହାୟ ବର୍ଗଙ୍କ କାର୍ଯ୍ଯକୁ ପ୍ରଥମେ ପ୍ରାଧାନ୍ୟ ଦେବେ ବୋଲି ସ୍ୱୀକାର କରିଛନ୍ତି l ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ଯ ହୋଇ ରାଜ୍ୟ ତଥା ଗାଁ ପାଇଁ ଗୌରବ ଆଣିଥିବା ସୁଶ୍ରୀ ଅନିସା ପ୍ରିୟଦର୍ଶିନୀ ଦାସ ଘର ଜଗତସଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଅଇରି ଗ୍ରାମରେ ୨୦୦୧ ମସିହାରେ ଜନ୍ମଗ୍ରହଣ କରିଥିଲେ l

ସେ ନିକଟସ୍ଥ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକୁଲେସନ୍ ଶିକ୍ଷା ଗ୍ରହଣ ପରେ ଯୁକ୍ତ ଦୁଇ କଳା ରାଜଧାନୀ ମହାବିଦ୍ୟାଳୟରୁ ସମାପନ ସହ ମହର୍ଷି ମହାବିଦ୍ୟାଳୟରୁ ରାଜନିତି ବିଜ୍ଞାନରେ ଅନର୍ସ ରଖିବା ସହିତ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ପରେ ପରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସ୍ନାତ୍ତକୋତର ପାଇଁ ମନୋନୀତ ହୋଇଥିଲେ ମଧ୍ୟ ଘରର ଆର୍ଥିକ ଅବସ୍ଥା ଯୋଗୁଁ ସେ ପାଠ ପଢିପାରି ନଥିଲେ । ଏହା ପରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ସଫଳତା ପାଇଁ ମନରେ ଦୃଢ ରଖି ଆରମ୍ଭ କରିଥିଲେ ପାଠ ପଢା ।

ପରୀକ୍ଷା ନିମିନ୍ତେ ଦୈନଦିନ ଦଶ ଘଣ୍ଟା ପଢୁଥିବା ବେଳେ ବିଭିନ୍ନ ଅନ ଲାଇନ୍ ପୋର୍ଟାଲ୍ ର ସାହାଯ୍ୟ ନେଉଥିଲେ l ସୁଶ୍ରୀ ଅନିସା ଉପରୋକ୍ତ ପରିକ୍ଷା ପ୍ରସ୍ତୁତି ପାଇଁ କୌଣସି ଅନୁଷ୍ଠାନରୁ କୋଚିଂ ମଧ୍ୟ ନେଇ ନଥିଲେ l ସୁଶ୍ରୀ ଅନିସା ଓଏଫଡିସି ରୁ ଅବସରପ୍ରାପ୍ତ ସେକ୍ସନ ଅଫିସର ଅନିମେସ ଦାସ ଓ ଚାରୁଲତା ଦାସଙ୍କର କନିଷ୍ଠା କନ୍ୟା ଅଟନ୍ତି l ଏତଦବ୍ୟତୀତ ସୁଶ୍ରୀ ଅନିସା, ଭୁବନେଶ୍ଵର ଠାରେ ଥିବା ସାମାଜିକ ଅନୁଷ୍ଠାନ ” ଆଶା ” ସଂଗଠନର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ଭୋଇଙ୍କ ଜ୍ୟେଷ୍ଠା ପୁତ୍ରବଧୂଙ୍କର କନିଷ୍ଠା ଭଗିନୀ ଅଟନ୍ତି ।

ଏହି ସଫଳତା ପରେ ସମଗ୍ର ତିର୍ତ୍ତୋଲ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କ ସଫଳତା ହାସଲ ପାଇଁ ବିଭିନ୍ନ ମହଲ ଏବଂ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଥିଲା ବେଳେ ଯୁବପିଢିଙ୍କ ପାଇଁ ସୁଶ୍ରୀ ଅନିଶା ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି, ସେ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସଫଳତା ହାସଲ କରିଥିବାବେଳେ ଶୁଶ୍ରୀ ଅନିଶା ଏହି ସଫଳତାର ଶ୍ରେୟ ପ୍ରଭୁ ଶ୍ରୀଜଗନ୍ନାଥ, ପିତାମାତା ଓ ଆତ୍ମୀୟ ସ୍ଵଜନଙ୍କୁ ଅର୍ପଣ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀମାନେ ସୁଶ୍ରୀ ଅନିଶା ଭବିଷ୍ୟତରେ ଜଣେ ଉତ୍ତମ ପ୍ରଶାସନିକ ସେବା ଅଧିକାରୀ ଭାବରେ ଦୁସ୍ଥ ଓ ନିଷ୍ପେସିତ ମଣିଷର ସେବା କରିବା ପୂର୍ବକ ଜନସାଧାରଣଙ୍କ ଅଧିକାରୀ ରୂପେ ନିଜକୁ ପ୍ରତିପାଦିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ସେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଆହ୍ଵାନ ଦେଇ କହିଛନ୍ତି ଯେ ବିଭିନ୍ନ ସେବା ପାଇଁ ହେଉଥିବା ପରୀକ୍ଷା ଲାଗି ୧୦ ରୁ ୧୨ ଘଣ୍ଟା ପଢିଲେ ନିଶ୍ଚୟ ସଫଳତା ହାସଲ କରି ପାରିବେ , ସେ ଆହୁରି କହିଛନ୍ତି ଯେ ପିତାମାତାଙ୍କର ଉପଦେଶ ତଥା ସେବା କଲେ ସଫଳତା ଆପେ ଆପେ ଆସିବ ।

Exit mobile version