୩୦ରୁ ୱାକୋ ଇଣ୍ଡିଆ ଜୁନିୟର ନାସନାଲ କିକ ବକ୍ସିଙ୍ଗି ଚମ୍ପିୟାନସିପ ୨୦୨୬

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଆସନ୍ତା ମଇ ୩୦ ତାରିଖରୁ ଜୁନ ୩ ତାରିଖ ପର୍ଯ୍ୟନ୍ତ ଓଡିଶା ଆମେଚର କିକ ବକ୍ସିଂ ଆସୋସିଏସନ ଆନୁକୂଲ୍ୟରେ ୱାକୋ ଇଣ୍ଡିଆ ଜୁନିଅର ନାସନାଲ କିକ ବକ୍ସଙ୍ଗି ଚମ୍ପିୟାନସିପ ୨୦୨୬ ଅନୁଷ୍ଠିତ ହେବ । ଖୋର୍ଦ୍ଧା ବରୁଣେଇ ନିକଟସ୍ଥ କେ ଟି ଗ୍ଲୋବାଲ ସ୍କୁଲ ପରିସରରେ ଏହା ଆୟୋଜନ ହୋଇଛି ।

ଉଭୟ ବାଳକ ଓ ବାଳିକା ବର୍ଗରେ ୧୬ ବର୍ଷରୁ କମ ୧୫୦୦ରୁ ଉର୍ଦ୍ଧ ଖେଳାଳି ଏଥିରେ ଭାଗ ନେବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କାର୍ତ୍ତିକ ଡାକୁଆ କହିଛନ୍ତି । ଆଗାମୀ ଅଲମ୍ପିକୁ ଲକ୍ଷରେ ରଖି ଖେଳାଳି ମାନଙ୍କୁ ପ୍ରସ୍ତୁତ କରାଯାଉଛି ।

ରାଜ୍ୟ ସରକାର ଏ ଦିଗରେ ସହଯୋଗ କରୁଛନ୍ତି । ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ରଞ୍ଜନ ସୁତାର, ହିମାଂଶୁ ଭୂଷଣ ଦାସ ଓ ସାଧାରଣ ସମ୍ପାଦକ ବିଚିତ୍ରାନନ୍ଦ ଜେନା ସମ୍ପର୍କରେ ସୂଚନା ଦେଇଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ବହୁ ବିଶିଷ୍ଟ ଯୋଗ ଦେଵେ ବୋଲି ସେ କହିଥିଲେ ।  

Exit mobile version