ଫତେଗଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, କାଜୁ ଜଙ୍ଗଲରୁ ମିଳିଲା ନରକଙ୍କାଳ

ଭାପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି. କାଜୁ ଜଙ୍ଗଲ ଭିତରୁ ଏକ ନରକଙ୍କାଳ ଠାବ ହେବା ପରେ ସମଗ୍ର ଅଂଚଳରେ ଭୟ ଓ ଉତ୍କଣ୍ଠାର ପରିବେଶ ସୃଷ୍ଟି ହୋଇଛି. ଏଭଳି ଅଭାବନୀୟ ଘଟଣା ଘଟିଛି ଫତେଗଡ ଥାନା ଅଧୀନ ଗୋଳା ପୋଖରୀ ପଞ୍ଚାୟତର ରାଇବେରେଣି ଆମ୍ବତୋଟା ନିକଟସ୍ଥ କାଜୁ ଜଙ୍ଗଲରେ l ସ୍ଥାନୀୟ ଲୋକେ ଜଙ୍ଗଲ ମଧ୍ୟରେ କିଛି ହାଡ଼ ଓ ମୁଣ୍ଡ ଖପୁରି ପଡ଼ିଥିବା ଦେଖି ପ୍ରଥମେ ଭୟଭୀତ ହୋଇପଡ଼ିଥିଲେ l

ଖବର ପ୍ରଘଟ ପରେ ସ୍ଥାନୀୟ ଅଂଚଳବାସୀ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ. ଘଟଣାସ୍ଥଳରୁ ମିଳିଥିବା କଙ୍କାଳ, ହାଡ଼ ଓ ଖପୁରିକୁ ଦେଖିବା ସହ କାଜୁ ଗଛରେ ଏକ ଲୁଗାରେ ଜଣେ କେହି ଆତ୍ମହତ୍ୟା କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି l ଏହା ଏକ ମଣିଷର ମୃତଦେହର ଅଂଶ ହୋଇଥିବା ସନ୍ଦେହ କରାଯାଉଛି l  ହେଲେ ମୃତକ କିଏ, କେବେ ଏଠାକୁ ଆସିଥିଲେ ଓ କିଭଳି ମୃତ୍ୟୁ ଘଟିଲା l

ଏନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ. ଖବର ପାଇ ଫତେଗଡ ଥାନା ଅଧିକାରୀ ଅଜୟ ସାହୁ, ଭାପୁର ବିଟ ହାଉସ ଅଧିକାରୀ ସୁଶାନ୍ତ ବେହେରା, ସଦଳବଳେ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ପୋଲିସ ପକ୍ଷରୁ ଘଟଣାସ୍ଥଳକୁ ଘେରାଉ କରାଯାଇଥିବା ବେଳେ ଫରେନ୍ସିକ ତଦନ୍ତ କରି ଫେରିଛି l

କଙ୍କାଳ ମିଳିବା ପରେ ଏହା ହତ୍ୟା କି ଆତ୍ମହତ୍ୟା ନେଇ ସମଗ୍ର ଅଂଚଳରେ ଚାପା ଉତ୍ତେଜନା ଜାରି ରହିଛି l ସ୍ଥାନୀୟ ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ ଆଶଙ୍କା ପ୍ରକାଶ କରୁଥିବା ବେଳେ ପୋଲିସ ତଦନ୍ତ ପରେ ସମସ୍ତ ଘଟଣାର ପର୍ଦାଫାସ ହେବ ବୋଲି କହିଛନ୍ତି l

Exit mobile version