ବିରିଡି ଅଞ୍ଚଳରେ ଇଦୁଲ ଜୁହା ପାଳିତ

ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଇଦୁଲ ଜୁହା ମୁସଲମାନ ମାନଙ୍କର ଏକ ପବିତ୍ର ପର୍ବ l ଏହି ପର୍ବ ଗୁରୁବାର ବ୍ଲକର ସମସ୍ତ ମୁସଲମାନ ବସ୍ତିରେ ପାଳିତ ହୋଇଯାଇଛି l ମୁସଲମାନ ଭାଇମାନେ ନିଜନିଜ ବସ୍ତିରେ ଥିବା ମସଜିଦ ମାନଙ୍କରେ ସକାଳ 8ଟା ସମୟରେ ନମାଜ ପାଠ କରି ଦେଶବାସୀଙ୍କ ପାଇଁ ମଙ୍ଗଳ କାମନା କରିଥିଲେ ଓ ବିଶ୍ଵ ଶାନ୍ତି ନିମନ୍ତେ ଆଲ୍ଲା ଙ୍କ ନିକଟରେ ପ୍ରାର୍ଥନା କରିଥିଲେ l

ନମାଜ ଶେଷରେ ପରସ୍ପରକୁ ଆଲିଙ୍ଗନ କରି ମୋବାରକ ଜଣାଇଥିଲେ l ଯେମିତି ସୁଲିଆ ଯାତ୍ରା ଓ କାମାକ୍ଷା ଦେବୀଙ୍କ ନିକଟରେ ବଳିପ୍ରଥl ରହିଛି ସେହି ଭଳି ମୁସଲମାନ ଭାଇଙ୍କର କୁରବାନି ଅନ୍ୟ ତମ କୁରବାନି କରି ଗରିବ ଲୋକମାନଙ୍କ ମଧ୍ୟରେ ଭାଗବlଣ୍ଟି ଦିଆଯାଏ l ଏହା ଏକ ପୁର୍ଣ୍ୟ କାର୍ଯ୍ୟ ବୋଲି ଭାବି ଥାନ୍ତି l ଶେଷରେ ଗାଈକୁ ରାଷ୍ଟ୍ରୀୟ ପଶୁ ଘୋଷିତ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ l

ଏହି ପର୍ବ ବିରିଡିର ହାଜିପୁର,ଭବାନୀପୁର, ବେତମାଳିଆ, ତାଞ୍ଚ୍ଛନା, ଅଢଙ୍ଗ, ମଜୁରାଇ, ଅଲାଣ୍ଡ ଆଦି ମୁସଲମାନ ବସ୍ତିରେ ଏହି ପର୍ବ ପାଳିତ ହୋଇଥିଲା l ଆୟୁବ ଶାହା, ଓ ମୀର ଏକମାଲ ଅଲ୍ଲୀ ସମସ୍ତ ବସ୍ତିରେ ଏହି ପର୍ବ ଶାନ୍ତି ଶୃଙ୍ଖଳା ରେ ପାଳିତ ହୋଇଥିବାରୁ ସମସ୍ତ ମୁସଲମାନ ଭାଇଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଉପରୋକ୍ତ ସୂଚନା ପ୍ରଦାନ କରିଛନ୍ତି l

Exit mobile version