ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇ ଥିବା ଶ୍ୱେତା ସୁଚରିତାଙ୍କୁ ସମ୍ବର୍ଦ୍ଧିତ କଲେ ରଣପୁର ବ୍ଲକ ବିଜେଡି ସଭାପତି

ରଣପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୫୯ ନମ୍ୱର ରାଙ୍କରେ ସଫଳତା ହାସଲ କରିଛନ୍ତି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ସୂର୍କାବାଡି ଗ୍ରାମର ପ୍ରମୋଦ କୁମାର ସେଠୀ ଓ ଜାନକୀ ସେଠୀଙ୍କ ସୁକନ୍ୟା ଶ୍ୱେତା ସୁଚରିତା । ଶ୍ୱେତା ସୁଚରିତା ନିଜର ତୃତୀୟ ପ୍ରଚେଷ୍ଟାରେ ସଫଳତା ହାସଲ କରି ନିଜ ପରିବାର ଏବଂ ନିଜ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

ଏନେଇ ରଣପୁର ବିଜେଡି ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀ ଓଏଏସ ପାଇଥିବା ଶ୍ୱେତା ସୁଚରିତା ଓ ତାଙ୍କର ସାନ ଭଉଣୀ କଟକ ହାଇ କୋର୍ଟରେ ସେକ୍ସନ ଅଫିସର ଶ୍ୱାତି ସ୍ୱାଗତିକାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଗକୁ ପ୍ରଶାସନିକ କ୍ଷେତ୍ରରେ ଉନ୍ନତି ,

ସ୍ୱଛତା, କର୍ମଠ, କାର୍ଯ୍ୟ ଦକ୍ଷତା ଓ ଜନସାଧାରଣମାନଙ୍କୁ ସୁଲଭ ସେବା ଯୋଗାଇଦେବା ସହିତ ଅଞ୍ଚଳର ଟେକ ରଖିବା ପାଇଁ  ପରାମର୍ଶ ଦେଇ  ଆଶୀର୍ବାଦ ପ୍ରଦାନ ଦେଇଥିଲେ। ଏଥି ସହିତ ପରିବାରର ଉତ୍ତୋରୋତ୍ତର ମଙ୍ଗଳ କାମନା କରିଥିଲେ ।

Exit mobile version