ଓଡ଼ିଶା ତାଜା ନ୍ୟୁଜ (୨୯ ସେପ୍ଟେମ୍ବର ମଙ୍ଗଳବାର ) ହିଞିଳିକାଟୁ :- ଚଳିତ ବର୍ଷ ହୀନଜଳବୃଷ୍ଟି ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବାହୁଦା ଜଳ ସେଚିତ କିଛି ନିର୍ଦ୍ଧିଷ୍ଟ ଜମିକୁ ବାଡ଼ ଦେଲେ ପ୍ରାୟ ଜମି ଚାଷ ବେଉଷଣ ନହୋଇ ପଡିଆ ରହିଛି । ଅପର ପକ୍ଷେ ଯେତିକି ଚାଷ ହୋଇଛି ସେଗୁଡିକୁ ଠିକ ଭାବେ ସାର ମିଳୁନି । ସେବା ସମବାୟ ସମିତି ଓ ଡିଲର ମାନେ ସାର କଳା ବଜାରୀ ସାଜିଛନ୍ତି , ଏପରି ଅଭିଯୋଗ ଆଣିଛି ବିଜେପି । ଆଜି ଚିକିଟି ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସମନ୍ତରା ତାଙ୍କ ସମର୍ଥକ ଙ୍କ ଗହଣରେ ଆସି ଜିଲାପାଳଙ୍କ
ଉଦ୍ଦେଶ୍ୟରେ ଏକ ଦାବିପତ୍ର ଚିକିଟି ତହସିଲଦାର ହରପ୍ରସାଦ ଭୋଇଙ୍କୁ ପ୍ରଦାନ କରିଛନ୍ତି । ଚିକିଟି ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା , ଚାଷୀଙ୍କ ଋଣ ଛାଡ , ମରୁଡି ସହାୟତା ପ୍ରଦାନ ଓ ସାର ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି । ଯଦି ପ୍ରଶାସନ ଏହାର କୌଣସୀ ପ୍ରତିକାର ନକରନ୍ତି ତେବେ ଚିକିଟିରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । ଏଥିରେ ଜିଲା ଯୁବମୋର୍ଚ୍ଚା ଉପ ସଭାପତି ପ୍ରିୟ ରଞ୍ଜନ ବେହେରା , ସଂଗଠକ ଦେବଦତ୍ତ ପଣ୍ଡା , ଅଜିତ ପ୍ରଧାନ, ଅନନ୍ତ ରାମ ପାଣିଗ୍ରାହୀ , ରେଣୁ ରାଓ, ପୁଷ୍ପା ସେଠି , ରଞ୍ଜନ ପ୍ରଧାନ, ସଞ୍ଜୟ ମହାନ୍ତି , ପ୍ରଶାନ୍ତ ଯାନୀଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ (ଶେଷଦେବ ସାହୁ/ଗଞ୍ଜାମ ଜିଲ୍ଲା ବ୍ୟୁରୋ)
