ନାଟ୍ୟକାର ପରଶୁରାମ ହରିଚନ୍ଦନ ଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଉତ୍ସବ

ଗମ୍ଭାରୀମୁଣ୍ଡା  (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବିପ୍ଲବୀ ନାଟ୍ୟକାର ସ୍ବର୍ଗତ ପରଶୁରାମ ହରିଚନ୍ଦନ ଙ୍କ ଅଣଚାଶ ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ଓଡିଶା ସାହିତ୍ୟ ଏକାଡେମୀ ଓ ପରଶୁରାମ ହରିଚନ୍ଦନ ସ୍ମୃତି କମିଟି, ଗମ୍ଭାରୀମୁଣ୍ଡା ମିଳିତ ଆନୁକୂଲ୍ୟରେ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସାରସ୍ୱତ ସଭାରେ ପରଶୁରାମ ହରିଚନ୍ଦନ ସ୍ମୃତି କମିଟି ର ସଭାପତି ବର୍ଷିଆନ ଅବସରପ୍ରାପ୍ତ ଶିକ୍ଷକ ତଥା ମଞ୍ଚ କଳାକାର ଗୋଲକ ବିହାରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ।

ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ନାଟ୍ୟକାର ଡ଼କ୍ଟର ବିଜୟ କୁମାର ଶତପଥୀ -ମୁଖ୍ୟ ଅତିଥି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ର ଓଡ଼ିଆ ଭାଷା ସାହିତ୍ୟ ମୁଖ୍ୟ ଡ଼କ୍ଟର ସତ୍ୟ ଷଡ଼ଙ୍ଗୀ-ମୁଖ୍ୟ ବକ୍ତା, ବିଶ୍ଵମୁକ୍ତି ପତ୍ରିକାର ସମ୍ପାଦକ ପ୍ରଫେସର ଶଶାଙ୍କ ଚୂଡ଼ାମଣି -ବିଶିଷ୍ଟ ଅତିଥି,ପରଶୁରାମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ, ଚିଲିକା ବ୍ଲକ ର ପ୍ରାକ୍ତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନାଟ୍ୟକାର ପରଶୁରାମ ହରିଚନ୍ଦନ ଙ୍କ ରଚିତ ଐତିହାସିକ ନାଟକ ବିପ୍ଲବୀ କୃତ୍ତିବାସ, 

ଛି ନ୍ନାଙ୍ଗୀ, ଅଭିଶପ୍ତ ଦୁର୍ଗ ର ନାଟକୀୟ ମୂଲ୍ୟବୋଧ ଉପରେ ବିଶଦ ଆଲୋଚନା ସହ ବାଣପୁର ବ୍ଲକ ର ପ୍ରଥମ ଅଧ୍ୟକ୍ଷ, ଗମ୍ଭାରୀମୁଣ୍ଡା ଗ୍ରାମପଂଚାୟତ ର ପ୍ରଥମ ସରପଞ୍ଚ, ଅବିଭକ୍ତ ପୁରୀ ଜିଲ୍ଲା ବୋର୍ଡ଼ ର ପ୍ରଥମ ଉପାଧ୍ୟାକ୍ଷ ଭାବେ ତାଙ୍କର ନିସ୍ଵାର୍ଥପର ସମାଜସେବା ର ଭୁୟସୀ ପ୍ରଶଂସା କରିଥିଲେ।ମଞ୍ଚ ପରିଚାଳନା କରିଥିଲେ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ର ଅଧ୍ୟାପିକା ଶର୍ମିଷ୍ଠା ମହାପାତ୍ର। ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଓଡିଶା ସାହିତ୍ୟ ଏକାଡେମୀ ର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ।

ସ୍ବର୍ଗତ ପରଶୁ ରାମ ହରିଚନ୍ଦନ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ବଳନ ପରେ ପରଶୁରାମ ମହାବିଦ୍ୟାଳୟ ର ଛାତ୍ରୀ ମାନେ ବନ୍ଦେ ଉତ୍କଳ ସଂଗୀତ ଗାନ କରିଥିଲେ. । ଏହି ଅବସରରେ ବିଶ୍ୱ ମୁକ୍ତି ପତ୍ରିକା ର ସ୍ୱତନ୍ତ୍ର ପରଶୁରାମ ହରିଚନ୍ଦନ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା.ଧନ୍ୟବାଦ ପ୍ରଦାନ କରିଥିଲେ ପରଶୁରାମ ହରିଚନ୍ଦନ ସ୍ମୃତି କମିଟି ର ସମ୍ପାଦକ ଡ଼କ୍ଟର ସୁରେନ୍ଦ୍ର ନାଥ ଦାସ।ବିଶିଷ୍ଟ ବାଗ୍ମୀ ଦୁଷ୍ମନ୍ତ ହରିଚନ୍ଦନ ଓ ପ୍ରାକ୍ତନ ବିଧାୟକ ଡାକ୍ତର ବିଭୁତି ଭୂଷଣ ହରିଚନ୍ଦନ ଏବଂ ଅଞ୍ଚଳ ର ବହୁ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ ।

Exit mobile version