ଓଡିଶା ଅମଲା ସଂଘର ୧୭ ତମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ଠାରେ ଓଡିଶା ଅମଲା ସଂଘର ୧୭ ତମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତହୋଇଯାଇଛି | ରାଜ୍ୟ ସଭାପତି ଜ୍ଞାନ ରଞ୍ଜନ ଦାସ ଏଥିରେ ସଭାପତିତ୍ବ କରିଥିଲେ |. ଉକ୍ତ ସମ୍ମିଳନୀରେ ମଞ୍ଚାସୀନ ଥିଲେ, ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ତରାସିଆ, ମୂଖ୍ୟ ପୃଷ୍ଠ ପୋଷକ ପ୍ରସନ୍ନ କୁମାର ତ୍ରିପାଠୀ, ମୂଖ୍ୟ ପରାମର୍ଶ ଦାତା ନାରାୟଣ ଦାଶ, ଅଧ୍ୟକ୍ଷ ହୃଦୟ ବିହାରୀ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ନାଥ ପାତ୍ର ,

ସଂଗଠନ ସମ୍ପାଦକ ଅରୁଣ କୁମାର ବଳିଆର ସିଂହ, ପ୍ରାକ୍ତନ ସମ୍ପାଦକ, ଅନ୍ତର୍ଯ୍ୟାମି ପ୍ରଧାନ, ରାଜ୍ୟ ଅଣ ଗେଜେଟେଡ ସଭାପତି ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପୁରୀ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମିଶ୍ର, ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ହୋତା, ବରିଷ୍ଠ ପରାମର୍ଶ ଦାତା ବନମାଳୀ ଗିରି ସହିତ ସମସ୍ତ ଜିଲ୍ଲାର ସମସ୍ତ ବିଭାଗରେ କାର୍ଯ୍ୟ କରୁଥିବା ଜିଲ୍ଲା ସ୍ତରୀୟ ଅମଲା ମାନେ ବୈଠକରେ ଯୋଗଦାନ କରିଥିଲେ | ଉକ୍ତ ବୈଠକରେ ଜିଲ୍ଲା ଅମଲା ମାନଙ୍କର ଦାବୀ ବିଷୟରେ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଥିଲେ |

ରାଜ୍ୟ ସରକାର ଙ୍କ ଅଧୀନରେ ସମସ୍ତ ବିଭାଗରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଭିତ୍ତିରେ ଦରମା ଲେବଲ-୯ ଓ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ଅମଲା ମାନଙ୍କର ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଭିତ୍ତିରେ ପଦବୀ ପରିବର୍ତ୍ତନ କରାଯାଇ ଦରମା ଲେବଲ-୯ , ୨୦୧୭ ମସିହାରୁ ନୋସନାଲ୍ ବେନିଫିଟ୍ ପ୍ରଦାନ କରାଯାଉ | ପ୍ରତ୍ୟେକ ଚାରି ବର୍ଷ 1ରେ ପ୍ରୋମୋସନ ପ୍ରଦାନ କରାଯାଉ | ସଚିବାଳୟ ଏବଂ ସମସ୍ତ ବର୍ଗର କର୍ମଚାରୀ ମାନଙ୍କର ଗୋଟିଏ କ୍ୟାଡର ଥିବାବେଳେ,

ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଗୋଟିଏ କ୍ୟାଡର କରାଯାଉ , ସଚିବାଳୟ ଓ ମୁଖ୍ୟ ଦପ୍ତର ଭଲି କରାଯାଉ ଯଦ୍ୱାରା ଅଧିକାଂଶ ଜିଲ୍ଲା ସ୍ତରୀୟ ଅମଲା ମାନେ ଅବସର ଗ୍ରହଣ କରିଚାଲିଛନ୍ତି, ପ୍ରୋମୋସନ ପାଉନାହାନ୍ତି | କ୍ଲାସ୍-୧,କ୍ଲାସ୍ -୨ ପୋଷ୍ଟ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ପାଇଁ ୫0% ସଂରକ୍ଷିତ ରଖାଯାଉ l ପୁରୁଣା ଥଇଥାନ ନୀତି ଅନୁସାରେ ମୃତ୍ୟୁ ବରଣ କରୁଥିବା କର୍ମଚାରୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ |

Exit mobile version