ସୌମ୍ୟ ରଞ୍ଜନଙ୍କ ପରିବାରକୁ ଭେଟି ସମବେଦନା ଓ ସହାୟତାର ହାତ ବଢାଇଲେ ସମାଜସେବୀ

କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ମଉଜପୁର ଗ୍ରାମର ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ବିଭତ୍ସ ହତ୍ୟାକାଣ୍ଡର ଇତି ମଧ୍ୟରେ ୧୭ ଦିନ ବିତିଯାଇଛି । ଏହା ସତ୍ତ୍ୱେ ଏ ପର୍ଯ୍ୟନ୍ତ ତାଙ୍କର ପରିବାର ବର୍ଗଙ୍କୁ ତହସିଲ୍ ପ୍ରଶାସନ ତରଫରୁ କେବଳ ୩୦ ହଜାର ଟଙ୍କା ସହାୟତା କରାଯାଇଥିବା ବେଳେ ଅନ୍ୟ କୌଣସି ପ୍ରକାରର ସହଯୋଗ ସହାନଭୂତି ମିଳିପାରିନାହଁ । ଆଜି ମଧ୍ୟାହ୍ନରେ ଭୁବନେଶ୍ଵର ମହାନଗର ନିଗମ ୬୫ ନମ୍ବର ୱାର୍ଡ଼ ର କର୍ପୋରେଟର ରଶ୍ମି ରଂଜନ ପାଟ୍ଟସାଣୀ,

ରୋଟାରୀ କ୍ଲବ୍ ଭୁବନେଶ୍ଵର କନ୍ ଫ୍ଲୁ ଏ ନସ୍ ର ପୂର୍ବତନ ସଂପାଦକ ରୋଟାରୀ ଆନ୍ ରବିନ୍ଦ୍ର ନାଥ ସାହୁ ପ୍ରମୁଖ ମୃତ ସୌମ୍ୟର ପୈତୃକ ଗାଁ ମଉଜପୁରରେ ପହଞ୍ଚି ତାଙ୍କର ପରିବାର ବର୍ଗଙ୍କୁ ଭେଟି ଦୁଃଖ ସମ୍ବେଦନା ଜ୍ଞାପନ କରିବା ସହିତ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏଥିରେ ୩ ମାସପାଇଁ ରାସନ୍ ସାମଗ୍ରୀ ଓ ନଗଦ ୧୦ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଛନ୍ତି । ଦୁଇ ଘଣ୍ଟା ପରିବାର ସହ କଟାଇ ଆଲୋଚନା କରି ବିଭିନ୍ନ କଥା ପଚାରି ବୁଝିଛନ୍ତି ।

ଆଗାମୀ ଦିନରେ ମୃତ ସୌମ୍ୟ ର ପରିବାର ନ୍ୟାୟ ପାଇବା ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟ।ଳୟ ର ଦ୍ୱାରସ୍ଥ ହେବା ପାଇଁ ପରାମର୍ଶ ଦେଇଛନ୍ତି । ସୌମ୍ୟଙ୍କୁ ଅମାନୁଷିକ ଭାବରେ ଆକ୍ରମଣ କରାଯାଇଥିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ଦୃଶ୍ୟ ଦେଖି ଯେକେହି ବି ମଣିଷ ପଣିଆ ହଜି ଯାଇଥିବା କହୁଥିବା ବେଳେ ଆଜି ଏହି ସମାଜସେବୀଙ୍କ ସମବେଦନା ଓ ସହାୟତା ସମାଜରେ କେତେକ ବ୍ୟକ୍ତି ବିଶେଷଙ୍କ ପାଖରେ ମଣିଷ ପଣିଆ ଏବେ ବି ବଞ୍ଚି ରହିଥିବାର ପ୍ରମାଣ ଦେଇଛି । ତାଙ୍କର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।

Exit mobile version