ରବିବାର ଶ୍ରୀଜୀଉ ଦର୍ଶନ ଭିଡରେ ମହିଳା ଶ୍ରଦ୍ଧାଳୁ ଅଚେତ

ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ରବିବାର ଯୋଗୁଁ ସିଂହଦ୍ୱାର ରେ ରହିଥିଲା ପ୍ରବଳ ଗହଳି | ଭକ୍ତମାନେ ଗୁଳୁଗୁଳି ଯୋଗୁଁ ହେଉଥିଲେ କଲବଲ |ଭୋର ଚାରିଟା ରୁ କର୍ଣ୍ଣାଟକ ର ଭକ୍ତ ତୁଳସୀ ପଟେଲ ସିଂହଦ୍ୱାର ରେ ଶ୍ରୀଜୀଉ ଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ | ମହାପ୍ରଭୁ ଙ୍କୁ ଦର୍ଶନ କଲେ ଜଳଖିଆ ଖାଇଥାନ୍ତେ | ଠିଆହୋଇଥିଲେ ହଠାତ ପଡିଗଲେ ଅଚେତ ହୋଇଗଲେ | ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ |

ଚିକିତ୍ସା ପରେ ମହିଳା ଭକ୍ତ ସୁସ୍ଥ ଅଛନ୍ତି |ସକାଳ ୫. ୩୮ ମି. ଦ୍ୱାର ଖୋଲିଥିଲା | ଦେଢ଼ ଘଣ୍ଟା ଠିଆହେବା ପରେ ମହିଳା ଭକ୍ତ ପଡିଯାଇଥିଲେ |ସିଂହଦ୍ୱାର ଠାରେ ପ୍ରବଳ ଠେଲାପେଲା ଦେଖିବାକୁ ମିଳିଥିଲା |ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ ହେଉଥିଲେ |

ଅନେକ ଭକ୍ତ ଗରମ ଓ ଗୁଳୁଗୁଳି ଯୋଗୁଁ ଝାଳ ରେ ଗାଧୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା | ଏସି, ଫ୍ୟାନ, ଥଣ୍ଡା ପାଣି ବ୍ୟବସ୍ଥା ହୋଇ ନ ଥିବା ଦେଖିବାକୁ ମିଳିଥିଲା | ଅଚେତ ହେବା ପରେ ସିଂହଦ୍ୱାର ଥାନା ଆଇ ଆଇ ସି ପଣା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା | ତ୍ୱରିତ ଭକ୍ତ ଦର୍ଶନ ପାଇଁ ଦାବୀ ହେଉଛି |

Exit mobile version