ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନବୀକରଣଯୋଗ୍ୟ ଶକ୍ତିକୁ ନେଇ ସଚେତନତା ତ୍ୱରାନ୍ୱିତ କରିବାକୁ ନିଜର ଦେଶବ୍ୟାପୀ ଯାତ୍ରାକୁ ଜାରି ରଖି ୧୭.୭ ଜିଡବ୍ଲୁ୍ୟପିରୁ ଅଧିକ ନବୀକରଣଯୋଗ୍ୟ ଶକ୍ତି ପୋର୍ଟଫୋଲିଓ ରହିଥିବା ଭାରତର ଅନ୍ୟତମ ଅଗ୍ରଣୀ ସମନ୍ୱିତ ଶକ୍ତି ରୂପାନ୍ତରଣକାରୀ ଗୋଷ୍ଠୀ ଅଭାଦା ଗ୍ରୁପ୍ ତାହାର ଅଗ୍ରଣୀ ପ୍ରୟାସ ‘ଆଭାଡା ଭାରତ ଉଦୟ ଯାତ୍ରା’ ଭୁବନେଶ୍ୱରକୁ ଆଣିଛି; ଯାହା ନାଗରିକବୃନ୍ଦ ଏବଂ ସ୍ଥାନୀୟ ସହଭାଗୀଙ୍କୁ ଦୀର୍ଘସ୍ଥାୟୀ ଶକ୍ତି ଓ ଜଳବାୟୁ-ସମ୍ବେଦନଶୀଳ ଜୀବନ ନିର୍ବାହକୁ କେନ୍ଦ୍ରକରି ଆଲୋଚନାରେ ନିୟୋଜିତ କରୁଛି ।

୨୦୨୬ ମେ ୮ ତାରିଖରେ ନଏଡାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ନବୀକରଣଯୋଗ୍ୟ ଶକ୍ତି ଓ ଦୀର୍ଘସ୍ଥାୟୀ ଜୀବନ ନିର୍ବାହକୁ ଆପଣୋଇବା ସମ୍ପର୍କରେ ତୃଣମୂଳ ସ୍ତରରେ ବୋଧଗମ୍ୟତାକୁ ସୁଦୃଢ କରିବା ଏବଂ ତାହାସହିତ ଏକ ସ୍ୱଚ୍ଛ ଓ ଅଧିକ ଆତ୍ମ- ନିର୍ଭରଶୀଳ ଶକ୍ତି ଭବିଷ୍ୟତ ଦିଗରେ ଭାରତର ରୂପାନ୍ତରଣକୁ ସମର୍ଥନ କରିବା ଲକ୍ଷ୍ୟରେ ଦେଶବ୍ୟାପୀ ସଚେତନତା ଅଭିଯାନ ଚଳାଉଛି । ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଭ୍ୟାନ୍ ଏପର୍ଯ୍ୟନ୍ତ ଉତ୍ତର ପ୍ରଦେଶ, ଝାଡଖଣ୍ଡ ଏବଂ ଓଡ଼ିଶା ସମେତ ଚାରିଟି ରାଜ୍ୟ ଓ ଚାରିଟି ସହରରେ ପ୍ରାୟ ୨୦୧୦ କିଲୋମିଟର ଯାତ୍ରା କରିସାରିଛି ।
