ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ହିଞିଳିକାଟୁ :- ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ବର୍ତମାନ ଗଞ୍ଜାମ ଜିଲ୍ଲାରେ ସ୍ଥିତି ନିନ୍ତ୍ରତଣାଧିନ ରହିଛି । ଗଞ୍ଜାମ ଜିଲ୍ଲାରୁ କରୋନା ବିପଦ ସମ୍ପୁର୍ଣ୍ଣ ଟଳିନଥିବା ବେଳେ ବର୍ତମାନ ସ୍ଥିତିରେ ଆମ୍ଭକୁ ସାବଧାନ ସହକାରେ କୋଭିଡ଼ ନିୟମ ମାନି ଚଳିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ୨୪ ତାରିଖ ଠାରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ କୋଭିଡ଼ ସପ୍ତାହ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କୋଭିଡ଼ ସପ୍ତାହ ପାଳନର ୪ର୍ଥ ଦିବସ ସେମାବାର ଦିନ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳର ଜନ ପ୍ରତିନିଧ ଓ ପ୍ରଶାସନିକ ଅଧିକାରୀଙ୍କ ମିଳିତ ସହଯୋଗରେ କରୋନା ସଚେତନତା କରାଯାଇଥିଲା । ଉପସ୍ଥିତ ଅଧିକାରୀ ଓ ଜନ ପ୍ରତିନିଧି ବୃନ୍ଦ ବ୍ଳକ କାର୍ଯ୍ୟାଳୟ ପରିସରରୁ କରୋନା ସଚେତନତା ନେଇ ସ୍ଳୋଗାନ ଦେବା ସହ ହାତରେ ପ୍ଳାକାର୍ଡ଼ ଧରି ର୍ୟାଲିରେ ନଗର ପରିକ୍ରମା କରିଥିଲେ । କରୋନା କଟକଣା ନିୟମ ମଧ୍ୟରେ ମୁହଁରେ ମାସ୍କ ଓ ସାମାଜିକ ଦୂରତ୍ୱ ରକ୍ଷା କରି ଲୋକଙ୍କୁ ସଚେତନ କରାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ବିଡ଼ିଓ ପ୍ରସନ କୁମାର ପାତ୍ର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ସରଂପଚ ଭାଣ୍ଡି ରବିନ୍ଦ୍ର, ଉମାଶଙ୍କର ସାବତ, ଜି. ମୋହନ, ଯୁଧିଷ୍ଟିର ସ୍ୱାଇଁ, ଡ଼ି. ବିଶ୍ୱନାଥ, ଅଶୋକ ପଣ୍ଡା, କାହ୍ନୁ ଚୌଧୁରୀ, ମାନସ ରଞ୍ଜନ ବେହେରାଙ୍କ ସମେତ ବହୁ ଜିଲ୍ଲାପରିଷଦ ସଭ୍ୟ, ସରପଂଚ, ସମିତିସଭ୍ୟଙ୍କ ସମେତ ବହୁ ଜନ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । (ଶୁସାନ୍ତ ପ୍ରଧାନ)
କୋଭିଡ଼ ସପ୍ତାହ ପାଳନର ୪ର୍ଥ ଦିବସ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ସଚେତନତାକୁ ଗୁରୁତ୍ୱାରୋପ

??????
- Categories: Uncategorized
Related Content
MALABARGOLD & DIAMONDS LAUNCHES ARTISTRY SHOW AT BHUBANESWAR SOUBHAGYA NAGAR STORE
by
Proprietor Abhimanyu Maharana
September 22, 2026
ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା
by
Proprietor Abhimanyu Maharana
September 11, 2026
ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
September 6, 2026
ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି
by
Proprietor Abhimanyu Maharana
August 15, 2026
ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 3, 2026
Preparations on for Ratha Yatra at Delhi’s Hauz Khas Temple
by
Proprietor Abhimanyu Maharana
June 27, 2026