ଯେଉଁ ଗ୍ରାମରେ ୨ ଶହ ବର୍ଷ ଧରି ପାଲା କଳା ସଂସ୍କୃତିକୁ ବଞ୍ଚାଇ ରଖାଯାଇଛି

ବାଲିପାଟଣା  (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଯେଉଁଠି କଳା ସଂସ୍କୃତି , ପରମ୍ପରା , ବୁଡିବୁଡି ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ଦେଉଳିଧଳପୁର ଗ୍ରାମର ଗ୍ରାମବାସି ଓ ଯୁବପିଢ଼ିମାନେ ପାଲା ଭଳି ପୁରୁଣା କଳା ସଂକୃତିକୁ ଗ୍ରାମରେ ବଜାୟ ରଖିଛନ୍ତି । ଏହି ଦେଉଳିଧଳପୁର ଗ୍ରାମରେ କାହିଁ କେଉଁ ଆବାହନ କାଳ ୨ ଶହ ବର୍ଷରୁ ଉର୍ଦ୍ଧ୍ବ ଧରି ବାଦୀପାଲା ପରିବେଷଣ କରାଯାଇଆସୁଥିବାର ପରମ୍ପରାର ଐତିହ୍ୟ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି । ଏହି ଗ୍ରାମକୁ ବହୁ ବିଶିଷ୍ଟ ପାଲା ଗାୟକମାନେ ଆସି ଏହି ମଞ୍ଚରେ ପାଲା ପରିବେଷଣ କରିଆସୁଛନ୍ତି ।

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଚଳିତ ମାସ ୧୯ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ବାଦୀପାଲା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପାଲା ଗାୟକ -ବୃନ୍ଦାବନ ବାରିକ ଓ ରାଜକିଶୋର ମୁଦୁଲି ଏବଂ ତାଙ୍କ ସାଥିଙ୍କ ଦ୍ୱାରା ପାଲା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବାଦି ପାଲା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିପାଟଣା ବ୍ଲକ କଳାକାର ମହାସଂଘର ଉପାଧକ୍ଷ ଶ୍ରୀ ଅର୍ଜୁନ ସ୍ୱାଇଁ, ଯୋଗ ଦେଇଥିବାବେଲେ ଗ୍ରାମର ବରିଷ୍ଠ ସମାଜସେବୀ ଦୀନବନ୍ଧୁ ଜେନା ମୁଖ୍ୟଅତିଥି ଶ୍ରୀ ସ୍ବାଇଁଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଆଉ ମଧ୍ୟ ମୁଖ୍ୟଅତିଥିଙ୍କ ଦ୍ୱାରା ଗାୟକ ଏଵଂ ସାଥୀ କଳାକାରମାନଙ୍କୁ ଉତ୍ତରୀୟ ସହିତ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଏହି ପାଲା ପ୍ରତିଯୋଗୀତା କାର୍ଯ୍ୟକ୍ରମ ପରିଚାଳନରେ ବିପିନି ଚରଣ ଜେନା. ପ୍ରେମାନନ୍ଦ ଜେନା , ତ୍ରିଲୋଚନ ଜେନା. ଗଣେଶ ଜେନା. ସିଲୁ ଜେନା. କେତନ କୁମାର ଜେନା ଜିତନ କୁମାର ଜେନା. ପିଣ୍ଟୁଆ ଜେନା, ପ୍ରକାଶ ଜେନା ପ୍ରମୁଖଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Exit mobile version