ବିଶ୍ୱ ସତ୍ୟ ସନାତନ ଧର୍ମ ପ୍ରଚାରିଣୀ ମହାସଂଘ ପକ୍ଷରୁ ନୃସିଂହ ଭଗବାନଙ୍କ ଆବିର୍ଭାବ ଦିବସ ପାଳିତ

କଟକ  (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବିଶ୍ୱ ସତ୍ୟ-ସନାତନ-ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ପକ୍ଷରୁ ସର୍ବଶକ୍ତିମାନ ଈଶ୍ବର ମହାବିଷ୍ଣୁଙ୍କ ଚତୃର୍ଥ ଅବତାର ନୃସିଂହ ଭଗବାନଙ୍କ ଆବିର୍ଭାବ ଦିବସ ପାଳିତ ହୋଇଯାଇଛି l ସେକ୍ଟର-6ସ୍ଥିତ ସିଦ୍ଧ ମହାବୀର ମନ୍ଦିର ପରିସର (କଳକୀ କ୍ଷେତ୍ର)ରେ ଆୟୋଜିତ ଆଧ୍ୟାତ୍ମିକ ସତସଙ୍ଗ କଳକୀରତ୍ନ ଲକ୍ଷ୍ମୀଧର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ଜଗନ୍ନାଥାଷ୍ଟକ ଓ କଳକୀ ଭଜନ ଗାନ କରାଯାଇଥିଲା l ମୁଖ୍ୟପ୍ରବକ୍ତା ଭାବେ ମନ୍ଦିରର ମୁଖ୍ୟପୂଜକ ପଣ୍ଡିତ ନନ୍ଦକିଶୋର ନନ୍ଦ ଅବତାର ଲୀଳା ସମ୍ପର୍କରେ ଆଲୋଚନା କରି ଭଗବାନ ନୃସିଂହଙ୍କ ଆବିର୍ଭାବ ସମ୍ପର୍କରେ ଦିବ୍ୟବାଣୀ ପ୍ରଦାନ କରିଥିଲେ l

ମୁଖ୍ୟଅତିଥି ବିଶିଷ୍ଟ ଶିକ୍ଷାବିତ ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ କଳକୀ ସେନା ଆଧ୍ୟାତ୍ମିକ ମହାସଙ୍ଘର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହିତ ଭକ୍ତମାନଙ୍କୁ ମହାପ୍ରଭୁଙ୍କ ଆବିର୍ଭାବ ରହସ୍ୟର ଅମୃତବାଣୀ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଯୋଗେନ୍ଦ୍ରନାଥ ମାର୍ଥା, ପଣ୍ଡିତ ହୃଷିକେଶ ପଣ୍ଡା, ପ୍ରଫେସର ସବିତାବାଳା ଆଚାର୍ଯ୍ୟ, ଡାକ୍ତର ଅନିନ୍ଦିତା ମହାପାତ୍ର, ସସ୍ମିତା ଦାସ, ପ୍ରାପ୍ତିକର ମହାପାତ୍ର, ଶକ୍ତିସ୍ୱରୂପା ଦାସ, ମହାଶ୍ଵେତା ଦେବରାୟ ଓ ଲକ୍ଷ୍ମୀସ୍ୱରୂପା ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l ଶେଷରେ ପଣ୍ଡିତ ହିମାଂଶୁଭୂଷଣ ରଥ ଧନ୍ୟବାଦ ଦେଇଥିଲେ l

Exit mobile version