ପ୍ରଚଣ୍ଡ ଗରମ ସମୟରେ କଟକ କମିଶନରେଟ ପୋଲିସ ଟ୍ରାଫିକ ବିଭାଗର ମହନୀୟତା

କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ସଂପ୍ରତି ପ୍ରଚଣ୍ଡ ରୌଦ୍ରତାପରେ ସମଗ୍ର ରାଜ୍ୟର ତାପମାତ୍ରା ବୃଦ୍ଧି ପାଉଥିବା ଏବଂ ସାଧାରଣ ଜନସାଧାରଣ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ଓଡ଼ିଶାର ପୋଲିସ୍ ବିଭାଗ ର ଟ୍ରାଫିକ ବିଭାଗ ଏହି ତାପମାତ୍ରା କୁ ଖାତିରି ନକରି ଜନସାଧାରଣଙ୍କ ଜୀବନ ରକ୍ଷାରେ ଲାଗି ପଡିଛନ୍ତି। ସମଗ୍ର ରାଜ୍ୟରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥୂବା ବେଳେ କଟକ ସହର ସେଥୂରୁ ବାଦ୍ ପଡ଼ିନାହିଁ। ପ୍ରତିଟି ଟ୍ରାଫିକ ପୋଷ୍ଟ ରେ ଏହି ଭୀଷଣ ଗ୍ରୀଷ୍ମ ପ୍ରବାହରେ ପୁରୁଷ ଓ ମହିଳା ଟ୍ରାଫିକ କନଷ୍ଟେବଳ ଏହି ପରିସ୍ଥିତି କୁ ଖାତିରିନକରି ନିଜ ନିଜର କର୍ତ୍ତବ୍ୟ କରିଚାଲିଛନ୍ତି।

ଏହି ବିଷୟକୁ ଗମ୍ଭୀରତାର ସହ ଅନୁଭବ କରି କଟକ କମିଶନରେଟ୍ ପୋଲିସ୍ ଟ୍ରାଫିକ ବିଭାଗ ର ସହକାରୀ ଉପ-ଆୟୁକ୍ତ ଶ୍ରୀ ଜୟନ୍ତ କୁମାର ଦୋରା ଓ ଟ୍ରାଫିକ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଅନିରୁଦ୍ଧ ନାୟକ କଟକ ସହରରେ ଟ୍ରାଫିକ ନିୟନ୍ତ୍ରଣରେ ତଥା ପ୍ରତିଟି ଟ୍ରାଫିକ ପୋଷ୍ଟରେ କାର୍ଯ୍ୟରତ ସମସ୍ତ ପୁରୁଷ ଓ ମହିଳା କନେଷ୍ଟବଳଙ୍କ ଲାଗି ବିଗତ ଏକ ମାସ ଧରି ଥଣ୍ଡା ପାଣି ଓ ଓ.ଆର୍.ଏସ୍ ଯୋଗାଇ ଦେବା ସହ ସ୍ବାସ୍ଥ୍ୟ ବିଷୟରେ ସମୀକ୍ଷା କରୁଥିଲେ। କାର୍ଯ୍ୟକ୍ରମ ର ଆଜି ଶେଷ ପର୍ଯ୍ୟାୟରେ କାର୍ଯ୍ୟରତ ସମସ୍ତ ପୁରୁଷ ଓ ମହିଳା ଟ୍ରାଫିକ କନଷ୍ଟେବଳ ଙ୍କୁ ସରକାର ଙ୍କ ପକ୍ଷରୁ ପ୍ରଦତ୍ତ ଛତା ବଣ୍ଟନ କରାଯାଇଥିଲା।

କଟକର ମଧୁପାଟଣା ଛକ ନିକଟରେ ଆରକ୍ଷୀ ଉପ-ଆୟୁକ୍ତ (ଟ୍ରାଫିକ) ଶ୍ରୀ ଜୟନ୍ତ କୁମାର ଦୋରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଛତା ବଣ୍ଟନ କାର୍ଯ୍ୟକ୍ରମରେ ଆରକ୍ଷୀ ଉପ-ଆୟୁକ୍ତ, ଜୋନ୍-୬ ଶ୍ରୀ ଅଶୋକ କୁମାର ଗିରି, ବାଦାମବାଡ଼ି ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ଅଜୟ କୁମାର ରାଉଳ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। କଟକ ଟ୍ରାଫିକ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଅନିରୁଦ୍ଧ ନାୟକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଅଧିକାରୀମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଲାଗି କଟକ ଟ୍ରାଫିକ ଉପ-ଆୟୁକ୍ତ ଶ୍ରୀ ଗିରି ଓ ଟ୍ରାଫିକ ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ନାୟକ ଙ୍କୁ ସର୍ବସାଧାରଣ ରେ ପ୍ରଶଂସା କରାଯାଇଛି।

Exit mobile version