Home ଓଡ଼ିଶା ବିଜେଡିକୁ ଦେଖାଇଲେ ଲଣ୍ଠନ, ବିଜେପି ରେ ମିଶିଲେ ରାଜା ଓ ନଣ୍ଡା ; ବିଜେପି କର୍ମୀ ମାନେ ଚିନ୍ତାରେ .. by Proprietor Abhimanyu Maharana 4 months ago Share on FacebookShare on TwitterWhatsapp ବିଜେଡି ଦଳ ର ନୀତି ଆଦର୍ଶ କୁ ଛାଡି ଡବଲ ଇଞ୍ଜିନ ଆଡ଼କୁ ମୁହାଁଇଲେ ସ୍ବରାଜ ଓ ନଣ୍ଡା ରଣପୁର ରାଜନୀତିରେ ନୂଆ ସମୀକରଣ : ସ୍ବରାଜ ମହାନ୍ତିଙ୍କ ବିଜେପି ଯୋଗଦାନକୁ ନେଇ ଚର୍ଚ୍ଚା ତୀବ୍ର ରଣପୁର (ଓଡିଶା ତାଜା ନ୍ୟୁଜ) (ନି. ପ୍ର) NAC :- ରଣପୁର ରାଜନୈତିକ ମହଲ ଏବେ ବେଶ ସରଗରମ ରହିଛି । ବିଜେଡି ର ସ୍ୱାର୍ଥ ହାସଲ କରିବା ପରେ ଦୁଇ ଦୁଇଟି ନେତା ଦଳ ବଦଳ କରିଛନ୍ତି । ବିଜେପି କାର୍ଯ୍ୟାଳୟ କୁ ଯାଇ ରଣପୁର ଏନଏସି ବିଜେଡିର ଯୁବ ନେତା ଓ ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ସ୍ବରାଜ (ରାଜା) ମହାନ୍ତି ବିଜେଡି ଛାଡ଼ି ଔପଚାରିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ଏହି ଯୋଗଦାନକୁ ନେଇ ରଣପୁରର ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ରାଜା ମହାନ୍ତିଙ୍କ ରାଜନୈତିକ ଯାତ୍ରାକୁ ନେଇ ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି । ପ୍ରଥମେ କଂଗ୍ରେସ ଦଳରୁ ନିଜର ରାଜନୀତିକ ପରିଚୟ ଗଢ଼ିଥିବା ସ୍ବରାଜ, ପରେ ପରିବର୍ତ୍ତିତ ରାଜନୀତିକ ପରିସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ । ସେଠାରେ ସକ୍ରିୟ ରହି ନିଜ ସ୍ଥିତି ସୁଦୃଢ଼ କରିବା ପରେ ପୁଣି ବିଜେଡିକୁ ଫେରିଥିଲେ ଓ ଯୁବନେତା ଭାବେ ନିଜକୁ ସ୍ଥାପିତ କରିଥିଲେ । ବିଜେଡିରେ ସଂଗଠନାତ୍ମକ ଦାୟିତ୍ୱ ଓ ପଦମର୍ଯ୍ୟାଦା ପାଇବା ପରେ ତାଙ୍କର ପୁଣିଥରେ ଦଳବଦଳ କରିବା ଘଟଣା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ରାଜନୈତିକ ନୀତିନିଷ୍ଠାକୁ ନେଇ ପ୍ରଶ୍ନ ଉଠାଇଛି । ରାଜନୀତିକ ପର୍ଯ୍ୟବେକ୍ଷକ ମାନଙ୍କ ମତରେ, ଆଦର୍ଶ ଓ ନୀତିକୁ ଆଧାର କରି ଚାଲିଥିବା ରାଜନୀତି ଯଦି କେବଳ ବ୍ୟକ୍ତିଗତ ସ୍ୱାର୍ଥ ଓ ସୁଯୋଗବାଦୀ ଚିନ୍ତାଧାରାରେ ସୀମିତ ହୋଇପଡ଼େ, ତେବେ ଏହା ଦଳୀୟ ଶୃଙ୍ଖଳା ସହ ଜନମତକୁ ମଧ୍ୟ ପ୍ରଭାବିତ କରିଥାଏ । ଏପରି ରାଜା ମହାନ୍ତିଙ୍କ ର ପୁନଃ ଦଳ ପରିବର୍ତ୍ତନ କରିବାକୁ ନେଇ ବ୍ୟକ୍ତିଗତ ସ୍ବାର୍ଥ ତଥା ରାଜନୀତିକ ସୁବିଧାବାଦ ବୋଲି ଚର୍ଚ୍ଚା ହେଉଛି । ତଥାପି ରାଜା ମହାନ୍ତିଙ୍କ ବିଜେପିରେ ଯୋଗଦାନ ରଣପୁରର ଆଗାମୀ ରାଜନୀତିକ ସମୀକରଣ ଉପରେ କେତେ ପ୍ରଭାବ ପକାଇବ, ସେଥିପାଇଁ ଏବେ ସମସ୍ତଙ୍କ ନଜର ରହିଛି । ବିଜେଡି ଦଳରେ ଥିବା ବେଳେ ଯେଉଁ ସମସ୍ତ କାର୍ଯ୍ୟ ଅସଫଳ ହୋଇ ଅଧାରେ ରହିଯାଇଥିଲା, ଦଳ ପରିବର୍ତ୍ତନ ପରେ ସେଗୁଡ଼ିକ ସଫଳତାର ମୁହଁ ଦେଖିବ କି ନାହିଁ, ତାହାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି । ଡବଲ ଇଞ୍ଜିନ ସରକାରର ମଙ୍ଗ ଧରି ସ୍ୱରାଜ ଏବେ ସ୍ୱାର୍ଥବାଦୀ ନେତା ବୋଲି ଜନସାଧାରଣଙ୍କ ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ, ରଣପୁର ଏନଏସିରେ କେତେଦୂର ବିକାଶମୂଳକ କାର୍ଯ୍ୟ କରିପାରିବେ, ତାହା ଏବେ ସାଧାରଣ ମହଲରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ଡମସାହି ପଞ୍ଚାୟତର ବିଜେଡି ନେତା ତଥା ରଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଏବଂ ବର୍ତ୍ତମାନର ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା (ନଣ୍ଡା) କଂଗ୍ରେସ ଦଳ ରୁ ଚେୟାର ମ୍ୟାନ ପଦବୀ ହାସଲ କରିବା ପରେ ରମା ମିଶ୍ର ଙ୍କୁ ଲଣ୍ଠନ ଦେଖାଇ ବିଜେଡ଼ି ଦଳରେ ସାମିଲ ହୋଇଥିଲେ ବର୍ତ୍ତମାନ ବିଜେଡି ଦଳର ପଦ ପଦବୀ ସ୍ଵାଦ ଚାଖି ସାରିବା ପରେ ଏବେ ଡବଲ ଇଞ୍ଜିନ ର ସ୍ଵାଦ ଚାଖିବା ପାଇଁ ଲମ୍ପ ମାରିଥିବା ବେଳେ ବିଜେପିର ତୁଙ୍ଗ କର୍ମୀ ମାନେ ଚିନ୍ତିତ ଥିବାର ଦେଖିବାକୁ ମିଳୁଛି । ପେଶାରେ ଠିକାଦାର ଓ ରାଜନୀତିରେ ପରିଚିତ ମୁହଁ ଭାବେ ଚର୍ଚ୍ଚିତ ଥିବା ନଣ୍ଡା ଙ୍କ ଏହି ଦଳବଦଳକୁ ନେଇ ସାଧାରଣ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ସାଧାରଣ ଙ୍କ ମତରେ ,କଂଗ୍ରେସ, ବିଜେଡି ସଂଗଠନ କୁ ଲଣ୍ଡା କଲା ଭଳି ବିଜେପି ସଙ୍ଗଠନକୁ ଲଣ୍ଡା କରି ପଳେଇ ଯିବେନି ତ ନଣ୍ଡା ଏହା ପ୍ରକାଶ ପାଇଛି । ଦୀର୍ଘଦିନ ଧରି ବିଜେଡିରୁ ସମସ୍ତ ସୁବିଧା ଓ ଉପାଧ୍ୟକ୍ଷ ପଦ ହାସଲ କରିବା ପରେ ହଠାତ୍ ଦଳ ପରିବର୍ତ୍ତନ କରିବାକୁ ଅନେକ ନିନ୍ଦନୀୟ ଓ ସ୍ୱାର୍ଥପର ରାଜନୀତିର ଉଦାହରଣ ବୋଲି ମତ ପ୍ରକାଶ କରୁଛନ୍ତି । ନଣ୍ଡା ଙ୍କ ର ଏପରି ସୁଯୋଗବାଦୀ ରାଜନୈତିକ ମନୋଭାବ ଜନସାଧାରଣଙ୍କ ବିଶ୍ୱାସକୁ ଆଘାତ କରୁଥିବା ଆଲୋଚନା ହେଉଛି । ତେବେ ରାଜା ମହାନ୍ତି ଜନ ସାଧାରଣଙ୍କ ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ପକ୍ଷରୁ କ୍ଷମତା କୁ ଆସି ଲୋକ ଙ୍କ ମନରେ ଭରସା ବିଶ୍ୱାସ ଜଗାଇ ପାରିଥିଲେ ଯାହାକୁ ଏବେ ବିଜେପି ମୁହାଁ ହୋଇ ହରାଇଛନ୍ତି । ରଣପୁର ଏନଏସି ବାସୀନ୍ଦା ଙ୍କୁ ଲଣ୍ଠନ ଦେଖାଇ ବିଜେପି ର ମଙ୍ଗ ଧରିଥିବା ବେଳେ ଏନଏସି ର ବିକାଶ ଏବେ ସ୍ବପ୍ନ ହୋଇ ନ ରହିଯାଉ ତାହା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଏବଂ ନଣ୍ଡା ଦଳବେହେରା ବିଜେପିରେ ଯୋଗଦେବା ପରେ ଗୋଡ଼ିପଡ଼ା ଜୋନର ଡମସାହି ପଞ୍ଚାୟତର ଉନ୍ନତିକୁ ନେଇ ଆଶା ବାନ୍ଧିଥିବା ଜନ ସାଧାରଣଙ୍କ ବିଶ୍ୱାସ ଏବେ ଭାଙ୍ଗିଯାଇଛି । ଯାହାକି ଜନ ସାଧାରଣ ଙ୍କ ଅସନ୍ତୋଷ ର କେନ୍ଦ୍ରବିନ୍ଦୁ ପାଲଟିଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026