ଶାସନଆମ୍ବଗାଁ ରେ ଫେବର ରାସ୍ତା ପାଇଁ ଦାବୀ ; ପ୍ରଶାସନର ନିରବତା ନେଇ ପ୍ରଶ୍ନ

ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର )  ହିଞିଳିକାଟୁ :- ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନଆମ୍ବଗାଁ ଗ୍ରାମବାସୀ ରାସ୍ତା ଓ ନାଳ ନିର୍ମାଣ ପାଇଁ ଦୀର୍ଘ ଦିନ ହେବ ଅଭିଯୋଗ କରିଆସୁଛନ୍ତି । ମୂଖ୍ୟମନ୍ତ୍ରୀଙ୍କ ଅଚଂଳରେ ନାନା ପ୍ରକାର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ବେଶ ଗୁରୁତ୍ୱ ଦିଆଯାଇଥିବା ବେଳେ ଅତି ଆବଶ୍ୟକତା ଥିବା ରାସ୍ତା ଓ ନାଳ ର ନିର୍ମାଣ ପାଇଁ ଗୁରୁତ୍ୱ ଦିଆନଯିବା ମଧ୍ୟ ଏହି ଅଚଂଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପଚାଂୟତର କିଛି ଗ୍ରାମରେ ରାସ୍ତାକୁ ବିଛାଯାଇଥିବା ଫେବର କାମ ଅଧାରୁ ବନ୍ଦ ଓ ରାସ୍ତାର ଦୁଇ ପାର୍ଶ୍ଵରେ ନାଳ ନ ଥିବା ବେଳେ ବିକାଶ ମୁଳକ ଯୋଜନାର ନଜିର ନାହିଁ । ହିଞିଳି ବ୍ଳକ ଶାସନ ଆମ୍ବଗାଁର ୧ ନଂ ଓ୍ବାର୍ଡ ଖତାଡି ସାହି ବାସିନ୍ଦାମାନେ ଅଭିଯୋଗ ପ୍ରକାରେ ଗତ ୫/୧/୨୦ ତାରିଖରେ ଏହି ସମସ୍ୟା ସମ୍ପର୍କରେ ସରପଞ୍ଚ ମହୋଦୟଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସରପଞ୍ଚ

ଲିଖିତ ଅଭିଯୋଗ ଉପରେ ନିର୍ଭର ପ୍ରତିଶ୍ରୁତି ଦେଇ ୬ ମାସ ମଧ୍ୟରେ ବିଡ଼ିଓଙ୍କ ସହିତ ମିଶି କାର୍ଯ୍ୟ ଆରମ୍ଭ କଥା କହିଥିଲେ । କିନ୍ତୁ ଆଜି ସୁଦ୍ଧା ସରପଞ୍ଚ କୌଣସି ପ୍ରକାର ସମସ୍ୟା ସମ୍ପର୍କରେ ଆଲୋଚନା କିମ୍ବା ଅଭିଯୋଗ କୁ କର୍ଣ୍ଣପାତ ନ କରିବା ପରେ ଖତାଡି ସାହି ବାସିନ୍ଦା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ କହିବା ଅନୁଯାୟୀ ଖତାଡି ସାହି ଗ୍ରାମର ନିମ୍ନ ଭାଗରେ ଥିବା ହେତୁ ସାମାନ୍ୟ ବର୍ଷା ପାଣି, ଦୂଷିତ ପାଣି, ଅଳିଆ ଆବର୍ଜନା ସହିତ ଘରୋଇ ପାଇପ ଲାଇନ ପାଣି ଦ୍ୱାରା ସର୍ବଦା ରାସ୍ତାରେ ପାଣି କାଦୁଅ ରହିବା ଫଳରେ ମଶାମାଛିଙ୍କ ପ୍ରାଦୁର୍ଭାବ ବଢିବା ସହ ପଚାଷଢା ଦୁର୍ଗଦ୍ଧ ମଧ୍ୟ ହୋଇଥାଏ ।ଫଳରେ ଏହିପରି ପରିବେଶ ରେ ରୋଗ ହେବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ । ଏଣୁ ୧ ନଂ ଓ୍ବାର୍ଡ ଖତାଡି ସାହିରେ ଥିବା ସମସ୍ତ ସାଧାରଣ ଜନତା ଦୂଷିତ ପାଣି ନିଷ୍କାସନ ପାଇଁ ନାଳ ଓ ଯାତାୟତ ସକାଶେ ଫେବର ରୋଡ ନିର୍ମାଣ କାର୍ଯ୍ୟ ପାଇଁ ଦାବୀ ଜଣାଇଛନ୍ତି | (ଶୁସାନ୍ତ ପ୍ରଧାନ)

Exit mobile version