ଟାର୍ଗେଟ୍ ରେ ଜମାକାରୀ ; ଲୁଟେରା ଙ୍କ ଛିନତାଇ ଉଦ୍ୟମ ବିଫଳ

ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର )  ଦିଗପହଣ୍ଡି :- ଦିଗପହଣ୍ଡି ରେ ଲୁଟେରା ଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି । ଗତ କିଛିଦିନ ହେଲା ସମଗ୍ର ସହରାଞ୍ଚଳ କୁ ଲୁଟେରା ମାନେ ଚରାଭୂଇଁ କରିଦେଇଛନ୍ତି । କିଛିଦିନ ର ନିରବତା ପରେ ସୋମବାର  ସ୍ଥାନୀୟ ଜନତା ଲେନ ପତିତପାବନ  ମନ୍ଦିର ନିକଟରୁ ଜଣେ ମହିଳାଙ୍କ ଠାରୁ ୨ ଲୁଟେରା  ଲକ୍ଷାଧିକ ଟଙ୍କା ଲୁଟି ନେବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ।  ଦିବା ଲୋକରେ ଘଟଣା ଏହି ସ୍ପର୍ଶ କାତର ଘଟଣା ଘଟିଛି । ପୂର୍ବାହ୍ନ ପ୍ରାୟ ୧୧ ଟା ରେ ଗୋକର୍ଣ୍ଣପୁର ଗ୍ରାମର  ଚିନାରି.ଲକ୍ଷ୍ମୀ ପାତ୍ର ତାଙ୍କ ଝିଅ ସହ ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ରେ ପହଞ୍ଚି ଜମା ଖାତା ରୁ ୧ ଲକ୍ଷ ୧୦ ହଜାର ଟଙ୍କା ଉଠାଣ କରି ଲୁଗା କିଣିବା ପାଇଁ ଯାଉଥିଲେ। ଦିଗପହଣ୍ଡି ମୁଖ୍ୟରାସ୍ତା ର ଷ୍ଟେଟ ବ୍ୟାଙ୍କ କଡ଼ରେ ଥିବା ଶୋଭା ବାର ଓ

ରେଷ୍ଟୁରାଣ୍ଟ  ବିଦେଶୀ ମଦ ଦୋକାନ ନିକଟରେ ଠିଆ ହୋଇଥିବା ନିଶାଗ୍ରସ୍ତ ୨ ଜଣ ଯୁବକ ଏକ ବାଇକ୍ ରେ ଉଭୟଙ୍କୁ ପିଛା କରିଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ କହିଛନ୍ତି।ସୁଯୋଗ ଉଣ୍ଡି  ଲୁଟେରା ଦ୍ୱୟ  ମନ୍ଦିର ନିକଟରେ ଲକ୍ଷ୍ମୀଙ୍କ ଝିଅ ଧରିଥିବା ଟଙ୍କା ଭର୍ତି ବ୍ୟାଗ  କୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ।ଝିଅ ଟଙ୍କା ବ୍ୟାଗ ଟିକୁ ନଛାଡିବାରୁ ଲୁଟେରା ଦ୍ୱୟ ଙ୍କ ମଧ୍ୟରେ ତାଙ୍କର କିଛି ସମୟ ଧସ୍ତାଧସ୍ତି ହୋଇଥିଲା।ଆଖପାଖର ଲୋକେ ପାଟି ଶୁଣି ଘଟଣା ସ୍ଥଳ କୁ ଦୋୖଡି ଆସିବାରୁ ଲୁଟେରା ଦ୍ୱୟ ବାଇକ୍ ଯୋଗେ ଆଖି ପିଛୁଳାକେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଖବରପାଇ ଦିଗପହଣ୍ଡି ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଲୁଟେରା ଦ୍ୱୟ ଙ୍କୁ ପିଛା କରିଥିଲେ ମଧ୍ୟ କୌଣସି ସୁରାକ ମିଳି ନଥିବା ଜଣାପଡ଼ିଛି ।  (ଶେଷଦେବ ସାହୁ/ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version