ବିଜେପି ନେତା ଶ୍ରୀ ଅରିନ୍ଦମ ରାୟଙ୍କ କଟାକ୍ଷର ପ୍ରତିବାଦରେ କଟକ ସାମ୍ୱାଦିକ

କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ସଂପ୍ରତି କେବଳ କଟକ ନୁହେଁ ସମଗ୍ର ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ନେତା ଶ୍ରୀ ଅରିନ୍ଦମ ରାୟଙ୍କ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ “ଆଠେଣୀ, ଚାରେଣୀ ଓ ଚାଉଳ କିଣିବା” କଟାକ୍ଷ କୁ ନେଇ ଆଜି କଟକର ଶ୍ରୀ ରାୟଙ୍କ ବାସଭବନ ନିକଟରେ ମେରିଆବଜାର-କେଶରପୁର ଦୂର୍ଗା ମଣ୍ଡପ ସମ୍ମୁଖରେ କଟକର ସମସ୍ତ ସାମ୍ବାଦିକ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା କରିଥିଲେ। ଏହି ପ୍ରତିବାଦ ସଭାରେ ବାସ୍ତବ କଥା ର ସହ-ସମ୍ପାଦକ ତଥା ରାଷ୍ଟ୍ରୀୟ ପତ୍ରକାର ସଂଘ,

ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଶତପଥୀ,ବଡ଼ ଖବର ର କଟକ ପ୍ରତିନିଧି ତଥା କଟକ ମେଡିଆ ସଂଘ ର ଅଧ୍ୟକ୍ଷ ଶ୍ରୀ ପ୍ରିୟବ୍ରତ ପଟ୍ଟନାୟକ,ଫୋକସ ପ୍ଲସର କଟକ ପ୍ରତିନିଧି ତଥା ରାଷ୍ଟ୍ରୀୟ ପତ୍ରକାର ସଂଘ, କଟକ ଜିଲ୍ଲା ସଭାପତି ଶ୍ରୀ ଦୀପକ ଆଚାର୍ଯ୍ୟ,ଉପ-ସଭାପତି ଶ୍ରୀ ନିରଞ୍ଜନ ଆଚାର୍ଯ୍ୟ, ରାଜ୍ୟ ଉପ-ସଭାପତି ଶ୍ରୀ ରଜତ ମହାନ୍ତି, ରିପୋର୍ଟର୍ସ ଟୁଡେ ର କଟକ ପ୍ରତିନିଧି ଶ୍ରୀ ଜୟଦେବ ପାଣି, ସଂସ୍କାର ଟିଭି ର କଟକ ପ୍ରତିନିଧି ଶ୍ରୀ ବିଶ୍ବ ରଞ୍ଜନ ଦାସ, କଟକ ଭାଇଚାରାର ପ୍ରତିନିଧି ଅବଦୁଲ ମଲ୍ଲିକ,

ସମ୍ବାଦ ପତ୍ର ପୃଷ୍ଠଭୂମି ର ପ୍ରତିନିଧି ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡା, ବିଚିତ୍ର ଦୁନିଆ ର ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ବିଶ୍ବାଳ,ପ୍ରୟାଗ ଖବର ର ଉପଦେଷ୍ଟା ଶ୍ରୀ ପ୍ରଶାନ୍ତ ବେହେରା ଙ୍କ ସହ ବହୁ ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧି ଏକାଠି ହୋଇ ଶ୍ରୀ ରାୟଙ୍କ ଆକ୍ଷେପକୁ ଦୃଢ ବିରୋଧ କରିବା ସହ ଯଦି ଶ୍ରୀ ରାୟ ସର୍ବସମ୍ମୁଖରେ ନିଜର ମନ୍ତବ୍ୟ ଲାଗି କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ବ୍ୟାପକ ରୂପ ନେବ, ପ୍ରତି ଛକ, ଏପରିକି ଶ୍ରୀ ରାୟଙ୍କ ନିର୍ବାଚନ ମଣ୍ଡଳୀ ଟାଙ୍ଗୀ-ଚୈ।ଦ୍ବାର ରେ ମଧ୍ୟ କରାଯିବା ସହ ଶ୍ରୀ ରାୟଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ଉପସ୍ଥିତ ସାମ୍ବାଦିକମାନେ ମତପ୍ରକାଶ କରିଛନ୍ତି ।

Exit mobile version