ଶିକ୍ଷା ସମୃଦ୍ଧି ଏକାଡେମୀ’ ଛାତ୍ରଛାତ୍ରୀଙ୍କ ଅପୂର୍ବ ସଫଳତା

କୋରାଇ (ଓଡିଶା ତାଜା ନ୍ୟୁଜ) ନି. ପ୍ର :-  ଚଳିତ ବର୍ଷ ଯୁକ୍ତ୨ କଳା’ରେ ଯାଜପୁରର ଶିକ୍ଷା ହବ କହୁଯାଉଥିବ-ବ୍ୟାସନଗର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ ଶିକ୍ଷା ସମୃଦ୍ଧି ଏକାଡେମୀ’ ପିଲାମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି । ଅନୁଷ୍ଠାନର ଛାତ୍ରୀ ପୂଜାରାଣୀ ସାହୁ ସର୍ବାଧିକ ୫୩୨ ନମ୍ବର ରଖି ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅନୁଷ୍ଠାନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ସେହିପରି ଲିସା ମହାନ୍ତି ୫୩୧ ଏବଂ ପୂଜା ମଲ୍ଲିକ ୫୦୧ମାର୍କ ରଖି ଅନୁଷ୍ଠାନର ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚଳିତ ଶିକ୍ଷା ବର୍ଷଲାଗି ଅନୁଷ୍ଠାନ ପକ୍ଷରୁ ପରୀକ୍ଷା ଦେଇଥ‌ିବା ମୋଟ ୫୫ ଜଣଯାଙ୍କ ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ପ୍ରଥମ ଶ୍ରେଣୀରେ ଓ ଅବଶିଷ୍ଟ ଛାତ୍ରଛାତ୍ରୀ ୨ୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି। କୃତିଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଯୁବ ସମାଜସେବୀ ସନ୍ଦୀପ ପରିଡ଼ାଙ୍କ ସଂଚଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ପୂର୍ବତନ ଏଆର ଭେଟେରାନ ଅଶୋକ କୁମାର ପତି ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟଅଧ୍ୟାପକ ମଳୟ କୁମାର ମଲ୍ଲିକ ଓ ଲକ୍ଷ୍ମୀନଗର କ୍ଲଷ୍ଟରର ସିଆରସିସି ମଦନମୋହନ ବେହେରା ଯୋଗଦେଇ କୃତିଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ସହ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନରୁ ସନ୍ତୋଷ କୁମାର ଗୁରୁ, ଦୁର୍ଗାଶଙ୍କର ପାଢ଼ୀ, ହୃଷିକେଶ ଗୁରୁ, ସତ୍ୟଜିତ୍ ପଣ୍ଡା,

ଆଦିତ୍ୟ ନାରାୟଣ ଖୁଣ୍ଟିଆ, ବିକାଶ କୁମାର ମାଝୀ, ଯତୀନ ମହାକୁଡ଼, ସତ୍ୟଜିତ୍ ବଳ, ସ୍ଵେତାଲିନା ପତ୍ରି, ମୋନାଲିସା ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମ, ଶୁଭଶ୍ରୀ ସାହୁ, ସୁପ୍ରିୟା ମଲ୍ଲିକ, ଶୁଭଲକ୍ଷ୍ମୀ ଦାସ, ପ୍ରିୟଙ୍କା ସାହୁ, ସିଲିଆ ପ୍ରିୟଦର୍ଶିନୀ ସ୍ୱାଇଁ ପ୍ରମୁଖ ଶିକ୍ଷକ  ଶିକ୍ଷୟିତ୍ରୀ, ପୁରାତନ ଛାତ୍ର ଛାତ୍ରୀ ସାମଲି ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଶିକ୍ଷା ସଂକଳ୍ପ ନେଇଥିବା ଶିକ୍ଷ ସମୃଦ୍ଧିର ସଫଳଛାତ୍ର ଛାତ୍ରୀଙ୍କ ଉତରୋତର ଉନ୍ନତି କାମନା କରିଥିଲେ ।

Exit mobile version