Home ଓଡ଼ିଶା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ : ମହିଳାଙ୍କ ସ୍ୱାଭିମାନ ଓ ଅଭିମାନ ଉପରେ କୁଠାରଘାତ – ପ୍ରସନ୍ନ by Proprietor Abhimanyu Maharana 4 months ago Share on FacebookShare on TwitterWhatsapp ବିଜୁ ବାବୁଙ୍କ ପରେ ନବୀନ ପଟ୍ଟନାୟକ ହିଁ ମହିଳାଙ୍କୁ ସଂରକ୍ଷଣ ଦେଇଥିଲେ – ପ୍ରସନ୍ନ ସମ୍ବଲପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ” ଅବସରରେ ବୁଧବାର ଏକ ବିରାଟ ଶୋଭାଯାତ୍ରା, ବିକ୍ଷୋଭ ସମାବେଶ ତଥା ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଦାବି ପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଯୁଯୋମୁରା କଲ୍ୟାଣ ମଣ୍ଡପ ଠାରୁ ଏକ ବିରାଟ ରାଲିରେ ବିଜେଡ଼ି ମହିଳା କର୍ମୀମାନେ ବାହାରି “ମୋହନ ସରକାର ଡାଉନ୍ ଡାଉନ୍”, “ନବୀନ ପଟ୍ଟନାୟକ ଜିନ୍ଦାବାଦ”, “୩୩ ପ୍ରତିଶତ ମହିଳା ସଂରକ୍ଷଣ ଆମର ଦାବି”, ଆଦି ସରକାର ବିରୋଧୀ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ସ୍ଥାନୀୟ କଲ୍ୟାଣ ମଣ୍ଡପରୁ ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ପହଞ୍ଚିଥିଲେ I ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ ରାଜେଶ ଏକ୍କାଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା I ଏହି ଅବସରରେ ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ବିଜୁ ବାବୁଙ୍କ ପରେ ନବୀନ ପଟ୍ଟନାୟକ ହିଁ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇଥିଲେ I ଓଡିଶାରେ ମହିଳା ମାନଙ୍କ ପ୍ରତି ଗତ ୨୦୨୫ ମସିହାରେ ଘଟିଥିବା ଧର୍ଷଣ, ଅପହରଣର ଲମ୍ବା ତାଲିକା ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ ଅବଗତ କରାଇଥିଲ I କେନ୍ଦ୍ର ଏବଂ ରାଜ୍ୟ ସରକାର ମହିଳାଙ୍କ ସ୍ୱାଭିମାନ ଓ ଅଭିମାନ ଉପରେ କୁଠାରଘାତ କରିଛନ୍ତି ବୋଲି ପ୍ରକାଶ କରି ଆଗାମୀ ଦିନରେ ଗାଁ ଗାଁ ରେ ଏହାର ଜବାବ ମହିଳା ମାନେ ବିଜେପି କୁ ଦେବେ ବୋଲି କହିଥିଲେ I ଏହି ଅବସରରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ କହିଥିଲେ ଯେ ମହିଳା ମାନଙ୍କ ମାନ ସମ୍ମାନ ହାନି କରୁଛନ୍ତି ମୋହନ ସରକାର I ବିଚାର ର ସମୟ ଆସିଛି I ମୋ ପରି ଜଣେ ଗରିବ ମା’ ର ପୁଅ କୁ ବିଧାୟକ କରି ନବୀନ ପଟ୍ଟନାୟକ ଅଗଣିତ ମା’ ଙ୍କୁ ସମ୍ମାନ ଦେଇଛନ୍ତି ବୋଲି କହିଥିଲେ I ଜ଼ିଲ୍ଲା ପରିଷଦ ସଭାନେତ୍ରୀ ଶ୍ରୀମତୀ କୁମୋଦିନୀ ନାୟକ, ରେଢ଼ାଖୋଲ ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀ ପ୍ରଦୀପ ପ୍ରଧାନ, ଯୁଯୋମୁରା ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ମମତା ନାୟକ, ନାକଟିଦେଉଳ ପଞ୍ଚାୟତ ସମିତି, ଅଧକ୍ଷା ଶ୍ରୀମତୀ ସ୍ୱରୂପାରାଣୀ ସାହୁ, ମାନନେଶ୍ଵର ଜୋନ ୨ ଜ଼ିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଗୀତାଞ୍ଜଳି ପାଣ୍ଡେ, ନାକଟିଦେଉଳ ଜୋନ ୨ ଜ଼ିଲ୍ଲା ପରିଷଦ ସଦସ୍ୟା, ଶ୍ରୀମତୀ ପ୍ରିୟମ୍ବଦା ସାହୁ, ନାକଟିଦେଉଳ ବ୍ଲକ ପୂର୍ବତନ ଅଧକ୍ଷା ଶ୍ରୀମତୀ ଗୋଲାପୀ ସାହୁ, ବିଜୁ ମହିଳା ଜନତା ଦଳ, ଜୋନ ସଭାନେତ୍ରୀ ଶ୍ରୀମତୀ ସିପ୍ରା ମହାନ୍ତି, ବିଜୁ ମହିଳା ଜନତା ଦଳ ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତୀ ଉଷା ପ୍ରଧାନ, ଜ଼ିଲ୍ଲା ବିଜୁ ମହିଳା ସଭାନେତ୍ରୀ ସଂଯୁକ୍ତା ମେହେର, ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ଶ୍ରୀ ହୀରାଲାଲ ବେହେରା, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମନୋଜ ମହାପାତ୍ର, ରେଢ଼ାଖୋଲ ବ୍ଲକ ବିଜେଡି ସଭାପତି ଉଦିତ ତ୍ରିପାଠୀ, ବ୍ଲକ ବିଜେଡି ସଭାପତି ବିନୋଦ ବଡ଼ପଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ମହିଳା ଙ୍କ ପ୍ରତି କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ଅବହେଳା ନେଇ ବର୍ଷୀଥିଲେ I ସଭା ପ୍ରାରମ୍ଭରେ ଅତିଥି ଗଣ ମା’ ସମଲେଶ୍ଵରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ତୈଳ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ I ରେଢ଼ାଖୋଲ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଚିନ୍ମୟୀ ତ୍ରିପାଠୀ ସଭା ପରିଚାଳନା କରିଥିବା ବେଳେ ଶେଷରେ ମେଘପାଳ ସରପଞ୍ଚ ଶ୍ରୀମତୀ ମମତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ମହିଳା ଅଧିକାର ଅଭିଯାନ ସମାବେଶରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ମାନେଶ୍ଵର, ନାକଟିଦେଉଳ,ରେଢ଼ାଖୋଲ ଏବଂ ଯୁଯୋମୁରା ବ୍ଲକ ର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ହଜାର ହଜାର ମହିଳା ଯୋଗଦାନ କରିଥିଲେ I କାର୍ଯ୍ୟକ୍ରମ କୁ ସଫଳ ଆୟୋଜନ କରିବାରେ ପ୍ରଫୁଲ୍ଲ ମିର୍ଦ୍ଧା, ଅଶ୍ବିନୀ ଦେହୁରୀ, ବୈରାଗୀ ଦେହୁରୀ, ପ୍ରହଲ୍ଲାଦ ପ୍ରଧାନ, ଲୁଲୁ ନାୟକ, ରିତୁ ଦେହୁରୀ, ଲିଙ୍ଗରାଜ ଦାଶ, ସୁଶୀଲ ବେହେରା, ଇସ ମାଇଲ ଆଜାଦ ବଢ଼େଇ, ଇଳାବତୀ ପୂଜାରୀ, ଲିନା ରାଣୀ ମହାପାତ୍ର, ନେତ୍ରା ନନ୍ଦ ବିଶ୍ୱାଳ, ମାନସ ବେହେରା, ଧରଣୀ ନାଗ, ଆଦିତ୍ୟ ନାୟକ, ପଙ୍କଜ ବୁଡ଼େକ, ଧଳ ସେଠ୍, ଗୁଣନିଧି ବିଶ୍ୱାଳ, ସିଧେଶ୍ୱର ପ୍ରଧାନ, ନୃପଶେଖର କୁମୁରା, ଘନ ସାହୁ, ପ୍ରଦୀପ ପରିଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I Categories: ଓଡ଼ିଶା, ରାଜନୀତି, ସମ୍ବଲପୁର, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026