ଆବୁଧାବି (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଓଡିଆ ସମାଜ ଆବୁଧାବି (ଓସା) ପକ୍ଷରୁ ନିକଟରେ ଉତ୍କଳ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଥିବା ଜଣାଯାଇଛି । ଉତ୍କର୍ଷ-୨୦୨୬ ଶୀର୍ଷକ ଏହି ବାର୍ଷିକ ସାଂସ୍କୃତିକ ମହୋତ୍ସବ ଆରବ ସାଗର କୂଳରେ ଅବସ୍ଥିତ ଆବୁଧାବିର ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ “ପିକ୍ସୋଲ୍” ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା । ବହୁ ପ୍ରତୀକ୍ଷିତ ଏହି ମହାସମାରୋହକୁ କେନ୍ଦ୍ର କରି ଉଭୟ ଆୟୋଜକ ଓ ଆଗନ୍ତୁକଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉତ୍ସାହ, ଅଦମ୍ୟ ଉଲ୍ଲାସ ଓ ଅଫୁରନ୍ତ ଉଦ୍ଦୀପନା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଉପଲକ୍ଷେ ଉତ୍ସବ ସ୍ଥଳକୁ ଅନୁପମ ଢଙ୍ଗରେ ସଜ୍ଜାଯାଇ ଏକ କ୍ଷୁଦ୍ର ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯାଇଥିଲା ।
