ପୁରୀ ଆଇ. ଏମ. ଟି ଫାର୍ମାସୀ କଲେଜରେ କ୍ୟାମ୍ପସ୍ ନିଯୁକ୍ତି ମେଳା ଆୟୋଜିତ

ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗୋପାଳପୁର ସ୍ଥିତ ଆଇ. ଏମ. ଟି ଫାର୍ମାସୀ କଲେଜ ପକ୍ଷରୁ କ୍ୟାମ୍ପସ୍ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି। ଏହି ନିଯୁକ୍ତି ଚୟନ ପ୍ରକ୍ରିୟା ୩ଟି ଭିନ୍ନ ଦିବସ ଯଥା ଚଳିତ ମଇ ୧୫ ଓ ଅପ୍ରେଲ ୧୩ ଏବଂ ୧୭ ରେ କଲେଜ୍ କ୍ୟାମ୍ପସ୍ ମଧ୍ୟରେ ଆୟୋଜନ କରାଯାଇଥିଲା । ପ୍ରତିଷ୍ଠିତ ଔଷଧ କମ୍ପାନୀ ଆଲ୍କେମ୍ ର ଏକ ଉଦ୍ୟୋଗ୍ ଇଂଡିକେମି ତରଫରୁ ଗୁଣବତ୍ତା ବିଭାଗ ମୁଖ୍ୟ ଚନ୍ଦ୍ର ପ୍ରକାଶ ତ୍ରିପାଠୀ ଓ ମାନବ ସମ୍ବଳ ବିଭାଗ ମୁଖ୍ୟ ପ୍ରମୋଦ କୁମାର ସିଂହ, ଏହି ଚୟନ ପ୍ରକ୍ରିୟା କୁ ପରିଚଳନା କରିଥିଲେ ।

ଇନ୍ଡିକେମି ଉଦ୍ୟୋଗର ସାକ୍ଷାତକାର ରେ ୧୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ଯ ହୋଇଛନ୍ତି । ଅନ୍ୟ ଦୁଇ ଔଷଧ କମ୍ପାନୀ ଯଥା ମ୍ୟାକଲୋଏଡ଼୍ ଓ ସନ୍ ଫାର୍ମାସୀଉଟିକଲ୍ ର ଚୟନ ପ୍ରକ୍ରିୟା ଗତ ଅପ୍ରେଲ ମାସ ରେ ସମ୍ପନ୍ନ ହୋଇଯାଇଛି। ମ୍ୟାକଲୋଏଡ଼୍, ହିମାଚଳ ପ୍ରଦେଶ, ଉଦ୍ୟୋଗ ମୁଖ୍ୟ ପରିଚାଳକ ଶ୍ରୀ କୃଷ୍ଣ ଚନ୍ଦ୍ର ଗୁପ୍ତା ଓ ସିକ୍କିମ୍ ଶାଖା ମନବସମ୍ବଳ ମୁଖ୍ୟ ଶ୍ରୀ ଭାସ୍କର ଶର୍ମା ଉକ୍ତ ଚୟନ ପରିକ୍ଷାକୁ ନିରୀକ୍ଷଣ କରିଥିଲେ । ଏଥିରେ ଆଇ ଏମ୍ ଟି ଫାର୍ମାସୀ କଲେଜର ୩୮ ଜଣ ବି.ଫାର୍ମ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ତଥା ୨୨ ଜଣ ସଫଳ ହୋଇଛନ୍ତି ।

ସେହିପରି ୧୭ ତରିଖ ଦିନ ପ୍ରଖ୍ୟାାତ ଔଷଧ ନିର୍ମାଣକାରୀ ସନ୍ ଫାର୍ମା ଏକ ଚୟନ ପରୀକ୍ଷା ଆଭାସୀ ମଧ୍ୟମରେ କରାଇଥିଲେ । ସନ୍ ଫାର୍ମା, ଗୁଜୁରାଟର ମାନବସମ୍ବଳ ମୁଖ୍ୟ ଶ୍ରୀ ଧରମ୍ ବୀର୍ ମାଇନା ଏହି ଚୟନ ପ୍ରକ୍ରିୟା ନିରୀକ୍ଷଣ କରିଥିଲେ । ଏଥିରେ ଡି.ଫାର୍ମ ବିଭାଗରୁ ୩୮ ଓ ବି.ଫାର୍ମ ରୁ ୨୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଓ ସମୁଦାୟ ୧୧ ଜଣ ସଫଳ ହୋଇଥିଲେ ।

କୃତକାର୍ଯ୍ଯ ହୋଇଥିବା ସମସ୍ତ ୪୮ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଆଇ ଏମ୍ ଟି କଲେଜ୍ ର ନିର୍ଦ୍ଦେଶକ ଶ୍ରୀ ମନୋଜ ରଥ, ଡ଼ ଅନ୍ନଦା ପ୍ରସାଦ ମହାପାତ୍ର ଓ ଅଧ୍ୟକ୍ଷ ପ୍ରୋଫେସର ଅଗ୍ନିମିତ୍ର ଦିଣ୍ଡା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଏହି ଚୟନ ପ୍ରକ୍ରିୟା କୁ କଲେଜ୍ ର ଉପାଧ୍ୟକ୍ଷ ଡ଼. ତୁଷାର ରଂଜନ ମହାପାତ୍ର, ଡ଼. ନିଗମ ଜ୍ୟୋତି ମାଇତି, ଅଧ୍ୟପିକା ଜ୍ୟୋତିର୍ମୟି ଦାଶ, ଅଧ୍ୟାପକ ସ୍ମୃତିକ ଦାଶ ଏବଂ ଅଭିମନ୍ୟୁ ମୁଦୁଲି ଇତ୍ୟାଦି ପରିଚଳନା କରିଥିଲେ ।

Exit mobile version