ବାଲିଗୁଡା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନିଜ ଗାଁ ର ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ନିଜେ ଅଣ୍ଟା ଭିଡ଼ିଛନ୍ତି ଜଣେ ଦିନ ମଜୁରିଆ l ଏଥିପାଇଁ ସେ ବିନା ପାରିଶ୍ରମିକ ରେ ନିସ୍ଵାର୍ଥପର ଭାବେ ଏବେ ଟ୍ରାଫିକ ସେବା ଯୋଗାଇ ସମସ୍ତ ଙ୍କ ପାଇଁ ପ୍ରଂଶସା ର ପ୍ରିୟପାତ୍ର ହୋଇଛନ୍ତି l କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପାବୁରିଆ ଗାଁ ରୁ ସାମ୍ନା କୁ ଆସିଛି ଟ୍ରାଫିକ ସମସ୍ୟା ସମାଧାନ ଦିଗରେ ଏପରି ଏକ ସଚେତନତା ର ବାସ୍ତବ ଚିତ୍ର l ଟିକାବାଲି ବ୍ଲକ ପାବୁରିଆ ଗାଁ ର ଦିନ ମଜୁରିଆ ବସନ୍ତ କୁମାର ବୁର୍ଗୀ l ପାବୁରିଆ ଗାଁ ରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିଲା l
