ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ବିରୁଦ୍ଧରେ ଆସିବ ଅନାସ୍ଥା

ନୟାଗଡ଼ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜୁ ଜନତା ଦଳରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ସେ ଆଜି ବିଜେପି ମିଶିଛନ୍ତି । କିଶୋରଙ୍କ ସହିତ ଜଣେ ବି ସରପଞ୍ଚ, ସମିତି କି କର୍ମୀ ବିଜେପିରେ ମିଶିବାକୁ ରାଜି ହୋଇ ନାହାନ୍ତି । କିଶୋର ବିଜେଡିରୁ ଇସ୍ତଫା ଦେବା ପରେ ତାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି ।

ନୟାଗଡ଼ ବ୍ଲକର ଅନେକ ସରପଞ୍ଚ ଓ ସମିତିସଭ୍ୟ ଅନାସ୍ଥା ପାଇଁ ରଣନୀତି ଚୂଡ଼ାନ୍ତ କରିଛନ୍ତି । ୪୫ରୁ ଉର୍ଦ୍ଧ୍ୱ ସମିତି ଓ ସରପଞ୍ଚ ଅନାସ୍ଥା ଆଣିବାକୁ ଦସ୍ତଖତ କରି କାଗଜପତ୍ର ପ୍ରସ୍ତୁତି କରି ସାରିଛନ୍ତି । ଆସନ୍ତା ସୋମବାର ଅନସ୍ଥା ପ୍ରସ୍ତାବ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ସମ୍ଭାବନା ରହିଛି । ନୟାଗଡ଼ ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେବା ସହ ନିଜ ଶକ୍ତି ପଦର୍ଶନ କରିବାକୁ ଯୋଜନା କରିଥିଲେ । ସେହି ଯୋଜନା ଫସର ଫାଟିଛି ।

Exit mobile version