ପ୍ରୟାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତପ୍ରତିଶତ ସଫଳତା : ମୋନାଲି ଶର୍ମା ଅନୁଷ୍ଠାନ ସହ ଜିଲା ଟପ୍ସର

କୋରାଇ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚସି) ଦ୍ଵାରା ପରିଚାଳିତ +୨ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଯାଜପୁର ଜିଲା ତଥା ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା କୋରାଇ ବ୍ଲକ ତଣ୍ଡରା ସ୍ଥିତ ପ୍ରୟାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବିଜ୍ଞାନ ପରୀକ୍ଷାରେ ଶତପ୍ରତିଶତ ସଫଳତା ମିଳିଛି । ଚଳିତ ବର୍ଷ ପ୍ରୟାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନରେ ପରୀକ୍ଷା ଦେଇଥିବା ସମସ୍ତ ୨୨୯ ଜଣ ପାଶ କରିଛନ୍ତି ।

ସେଥି ମଧ୍ୟରୁ ୯୯ ପ୍ରତିଶତ ମଧ୍ୟରେ ୩ଜଣ, ୯୮ ପ୍ରତିଶତ ମଧ୍ୟରେ ୧୨ ଜଣ, ୯୫ ପ୍ରତିଶତ ମଧ୍ୟରେ ୮୭ ଜଣ, ୯୦ ପ୍ରତିଶତରେ ୧୭୪ ଜଣ, ୮୫ ପ୍ରତିଶତରେ ୨୦୫ଜଣ, ୮୦ ପ୍ରତିଶତରେ ୨୧୭ ଜଣ ରହିଥିବା ବେଳେ ଅବଶିଷ୍ଟ ପରୀକ୍ଷାର୍ଥୀ ୬୦ ପ୍ରତିଶତରୁ ଅଧ‌ିକ ନମ୍ବର ରଖି ପାସ କରିଛନ୍ତି । ଏମାନଙ୍କ ମଧ୍ୟରୁ ମୋନାଲି ଶର୍ମା ସର୍ବାଧ‌ିକ (୫୯୬)୯୯.୩୩ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହେବା ସହ ଯାଜପୁର ଜିଲାର ଟପ୍ପର ହୋଇ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି ।

ପ୍ରୟନସ୍ମିତା ଦାସ ଓ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ କର ଯୁଗ୍ମଭାବେ (୫୯୫)୯୯.୨ ପ୍ରତିଶତ ନମ୍ବର ରଖି ଅନୁଷ୍ଠାନର ଦ୍ଵିତୀୟ ସ୍ଥାନରେ ରହିଥିଲା ବେଳେ ସ୍ମୃତିରେଖା ପୃଷ୍ଟି (୫୯୨)୯୮.୬୭ ପ୍ରତିଶତ ନମ୍ବର ରଖି ତୃତୀୟ, ସନ୍ଦିତା ପ୍ରିୟଦର୍ଶିନୀ ମହାରଣା ଓ ଶର୍ମିଷ୍ଠ ପଟ୍ଟନାୟକ ଯୁଗ୍ମଭାବେ (୫୯୧)୯୮.୫ ପ୍ରତିଶତ ନମ୍ବର ରଖୁ ଚତୁର୍ଥ, ଶ୍ରଦ୍ଧାଞ୍ଜଳି ସତୁଆ ମହାପାତ୍ର (୫୯୦)୯୮.୩୩ ପ୍ରତିଶତ ନମ୍ବର ରଖୁ ପଂଚମ ସ୍ଥାନ,

କୀ.ଜୀବନ ପ୍ରଦୀପ ଓ ବିବେକ କୁମାର ପାଲ ଯୁଗ୍ମଭାବେ (୫୮୯)୯୮.୧୭ ପ୍ରତିଶତ ନମ୍ବର ରଖି ୬ଷ୍ଠ ସ୍ଥାନ, ଶୁଭଲକ୍ଷ୍ମୀ ମହାପାତ୍ର, ଅଲିଭା ପ୍ରିୟଦର୍ଶିନୀ ସାହୁ ଓ ବିଭୁତିଭୂଷଣ ମହାନ୍ତ ତିନିହେଁ (୫୮୮)୯୮ପ୍ରତିଶତ ନମ୍ବର ରଖି ୭ମ ସ୍ଥାନ ଅଧିକାର କରିଛନ୍ତି । କୃତୀତ୍ବ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର ଚେୟାରମ୍ୟାନ ନିହାରରଞ୍ଜନ ଦାସ ଶୁଭେଚ୍ଛା ଜଣାଇବା ସହ ଏହି ସଫଳତାର ଶ୍ରେୟ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ ଅଭିଭାବକଙ୍କୁ ଦେଇଛନ୍ତି ।

Exit mobile version