
ଖୋର୍ଦ୍ଧା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପିତାପଲ୍ଲୀ ସ୍ଥିତ ବିଶ୍ୱାସ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଚଳିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ପରୀକ୍ଷା -୨୦୨୬ (ବିଜ୍ଞାନ ସ୍ରୋତ)ରେ ଅଭୂତପୂର୍ବ ସଫଳତା ହାସଲ କରିଅଛି । ପାସ୍ ହାର ଶତ ପ୍ରତିଶତ ଥିବା ବେଳେ ବିଦ୍ୟାଳୟର ଛାତ୍ରୀ ରୋନାଲୀ ସାହୁ ୫୯୨ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହେବା ସହ ରାଜ୍ୟରେ ଷଷ୍ଠତମ ସ୍ଥାନ ମଣ୍ଡନ କରିଛନ୍ତି ।
