ନିଶୀଗନ୍ଧା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

ଚିଲିକା (ଓଡିଶା ତାଜା ନ୍ୟୁଜ) (ନି. ପ୍ର) ଚିଲିକା :-  ବ୍ଲକ ଅନ୍ତର୍ଗତ ହରିପୁର ସ୍ଥିତ ପଶ୍ଚିମାଭିମୁଖୀ ଶ୍ରୀ ଶ୍ରୀ ପ୍ରତା୍ପେଶ୍ୱର ଦେବ ଙ୍କ ପୀଠରେ ସତେଇଶି ତମ ବାର୍ଷିକ ଅଠତିରିଶ ତମ ଶମ୍ଭୁ ମିଳନ ଅବସରରେ ମେଳନ ପଡିଆ ମଞ୍ଚରେ ନିଶିଗନ୍ଧା ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଚିଲିକା ଭାଷା ସୁରକ୍ଷା ମଞ୍ଚ ର ସଭାପତି ରଙ୍କ ନାଥ ସେଠି ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବ ରେ କବିତା ସଂଯୋଜନା କରିଥିଲେ ବିଶିଷ୍ଟ ନାରୀ ବ୍ୟଙ୍ଗ କବି ରୋଜି ମିଶ୍ର ।

ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଡାକ୍ତର ସୁରେନ୍ଦ୍ର ନାଥ ଦାସ, ମୁଖ୍ୟ ବକ୍ତା ଭାବେ ସାହିତ୍ୟ ସିନ୍ଦୁରା ର ସମ୍ପାଦକ ଗୋଲକ ବିହାରୀ ପରିଡା ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସଂଗୀତ ଗାୟକ ବଳରାମ ବେହେରା ଯୋଗଦେଇ ଉଦବୋଧନ ଦେଇଥିଲେ। ନିଶିଗନ୍ଧା ସାହିତ୍ୟ ପ୍ରତିଷ୍ଠାନ ର ସମ୍ପାଦକ ବଳାରାମ ତରେ ଇ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ ଦେବା ସହ ସମସ୍ତ ଅତିଥି ଓ କବି କବୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

କବିତା ପାଠୋତ୍ସବ ରେ ସ୍ୱରଚିତ ଆଧ୍ୟାତ୍ମିକ କବିତା ସୁରେନ୍ଦ୍ର ନାଥ ଦାସ, ଭିକାରୀ ଚରଣ ପ୍ରଧାନ, ଦିଗମ୍ବର ବିଶ୍ୱାଳ, ଅଶୋକ କୁମାର ପ୍ରଧାନ, ବିଚିତ୍ରାନନ୍ଦ ବେହେରା, ସସ୍ମିତା ପାଣିଗ୍ରାହୀ, ଶେଷଦେବ ମହାରଣା,ବିଷ୍ଣୁ ପ୍ରିୟା ବାରିକ, ନବକିଶୋର ପ୍ରଧାନ ପ୍ରମୁଖ ପଚାଶ ରୁ ଉର୍ଦ୍ଧ୍ଵ କବି ଓ କବିୟତ୍ରୀ ଆବୃତ୍ତି କରିଥିଲେ। ଏହି ଅବସରରେ ଗାୟକ ବଳରାମ ବେହେରା ଙ୍କ ଏକ ଅଡିଓ କ୍ୟାସେଟ ଉନ୍ମୋଚିତ ହୋଇଥିଲା ।

Exit mobile version