ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟରେ ଟ୍ରେଡିଂ ଆରମ୍ଭ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ ଆଜିଠାରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ (ଇଜିଆର) ସେଗ୍‌ମେଂଟରେ ଲାଇଭ୍ ଟ୍ରେଡିଂ ଆରମ୍ଭ କରାଯାଇଛି । ଗତ ଶନିବାର, ମେ’ ୧୬ ତାରିଖରେ ୨୦୨୬ରେ ଏକ ବିସ୍ତୃତ ମକ୍ ଟ୍ରେଡିଂ କରାଯିବା ପରେ ଆଜି ଏହାର ଔପଚାରିକ ଶୁଭାରମ୍ଭ କରାଯାଇଛି । ମକ୍ ଟ୍ରେଡିଂ ବିନା କୌଣସି ତ୍ରୁଟି କିମ୍ବା ସିଷ୍ଟମ ବିଫଳତାରେ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିଲା ।

ସେହି ଅନୁସାରେ ଲାଇଭ୍ ଟ୍ରେଡିଂ ସୁଗମତାର ସହ ଆରମ୍ଭ ହୋଇଛି ଓ ସମସ୍ତ ସିଷ୍ଟମ ଡିଜାଇନ ମୁତାବକ କାର୍ଯ୍ୟ କରୁଛି । ଏନଏସଇ ବଜାର ଅଂଶଗ୍ରହଣକାରୀଙ୍କଠାରୁ ଇଜିଆର ପ୍ରଡକ୍ଟ ପାଇଁ ଉତ୍ସାହଜନକ ପ୍ରତିକ୍ରିୟା ହାସଲ କରିଛି । ଇଜିଆର୍‌ର ଶୁଭାରମ୍ଭ ପାଇଁ ମିଳିଥିବା ଉତ୍ସାହଜନକ ପ୍ରତିକ୍ରିୟା ଲାଗି ଏକ୍ସଚେଞ୍ଜ ପକ୍ଷରୁ ବଜାର ଅଂଶଗ୍ରହଣକାରୀ, ମଧ୍ୟସ୍ଥି ଓ ଇକୋସିଷ୍ଟମ ସହଯୋଗୀଙ୍କୁ ଧନ୍ୟବାଦ ଜଣାଯାଇଛି ।

ଏନଏସଇର ବର୍ତମାନ ଅହମ୍ମଦାବାଦ ଓ ମୁମ୍ବାଇଠାରେ ଭଲ୍ଟିଙ୍ଗ ଓ କଲେକ୍ସନ ସେଂଟର ରହିଛି । ସେହିପରି ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରୁରେ ଥିବା ୪ଟି ଅତିରିକ୍ତ ସେଂଟର ଆଜି ଅର୍ଥାତ୍ ମେ’ ୧୮ ତାରିଖରୁ ସକ୍ରିୟ ହୋଇଛି । ଏନଏସଇ ପକ୍ଷରୁ ପର୍ଯ୍ୟାୟକ୍ରମେ ଅଧିକ ସେଂଟରର ଘୋଷଣା କରାଯିବା ସହିତ ଦେଶବ୍ୟାପୀ ଏହାର ନେଟ୍‌ୱର୍କ ସମୟକ୍ରମେ ୧୨୦ଟି ସେଂଟରକୁ ବିସ୍ତାର ହେବ ବୋଲି ଆଶା କରାଯାଉଛି ।

Exit mobile version