ଓ୍ବାଇ.ଏମ୍.ସି.ଏ ପକ୍ଷରୁ ଦଣ୍ଡପଡିଆ ଏକ ଦୁର୍ଗମ ଗ୍ରାମରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ୱାଇ. ଏମ୍. ସି. ଏ ,କଟକ ପକ୍ଷରୁ ଦଣ୍ଡପଡିଆ(ଏକ ଦୂର୍ଗମ ଗ୍ରାମ ) ଠାରେ ଏକ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଯେ,ସମାଜର ସେବା ଏବଂ ଅଭାବୀ ଲୋକଙ୍କୁ ସହାୟତା ପ୍ରଦାନ କରିବା । କାର୍ଯ୍ୟକ୍ରମଟର ପ୍ରାରମ୍ଭରେ ରେଭ୍. ରାଘବ୍ ଦିଗଲଙ୍କ ପ୍ରାରମ୍ଭିକ ପ୍ରାର୍ଥନା ସହିତ ଆରମ୍ଭ କରାଯାଇଥିଲା ।

ପରେ ପରେ ୱାଇ. ଏମ୍. ସି .ଏ କଟକର ସାଧାରଣ ସମ୍ପାଦକ ଇଂ. ଆଲୋକ କୁମାର ସାହୁ କୃତଜ୍ଞତା ଓ ଧନ୍ୟବାଦର ଏକ ସଂକ୍ଷିପ୍ତ ବାର୍ତ୍ତା ପ୍ରଦାନ କରି ଏହି କାର୍ଯ୍ୟକ୍ରମ ର ଦାତାଦାତ୍ରୀ ମାନଙ୍କୁ ସେମାନଙ୍କର ଉଦାର ଦାନ ପାଇଁ ଏବଂ ହିତାଧିକାରୀମାନଙ୍କୁ ସେମାନଙ୍କର ଉପସ୍ଥିତି ପାଇଁ ହୃଦୟର ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ ।

ୱାଇ .ଏମ୍ .ସି .ଏ କଟକର ବୋର୍ଡ ଅଫ୍ ଡାଇରେକ୍ଟର୍ସ ଏବଂ କର୍ମଚାରୀମାନେ ସମସ୍ତ ହିତାଧିକାରୀଙ୍କୁ ପୋଷାକ ଏବଂ ଜଳଖିଆ ପ୍ୟାକେଟ୍ ବଣ୍ଟନ କରିବାରେ ସହଯୋଗ କରିଥିଲେ । ଶେଷରେ ରେଭ୍. କୈଳାସ୍ ସିଂହ ଶେଷ ପ୍ରାର୍ଥନା ଏବଂ ଆଶିଷ ଭିକ୍ଷା କଲା ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହି ଅର୍ଥପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ, ୱାଇ .ଏମ୍ .ସି .ଏ କଟକ ୧୦୦ ଜଣ ହିତାଧିକାରୀ (ଗ୍ରାମବାସୀ)ଙ୍କୁ ପୋଷାକ ଏବଂ ଖାଦ୍ୟ ଯୋଗାଇ ମାନବଜାତି ପ୍ରତି ସହଭାଜନ, ପ୍ରେମ, କରୁଣା ଏବଂ ସେବା ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଛି ।

Exit mobile version