ସୃଷ୍ଟି ଏକାଡେମୀରେ “ସମାବର୍ତ୍ତନ – ୨୦୨୬” ଆୟୋଜିତ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଭୁବନେଶ୍ୱରସ୍ଥିତ ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ସ୍ୱୟଂଶାସିତ) ପକ୍ଷରୁ “ସମାବର୍ତ୍ତନ – ୨୦୨୬” ସ୍ନାତକୋତ୍ସବ କାର୍ଯ୍ୟକ୍ରମ ଜେ.ଆର୍.ଡି. ଟାଟା ହଲ୍‌ରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ MBA ଓ MCA ୨୦୨୩–୨୫ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (BPUT), ଓଡ଼ିଶାର ମାନ୍ୟବର କୁଳପତି ପ୍ରଫେସର ଅମିୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ନିଷ୍ଠା, ଶୃଙ୍ଖଳା ଓ ନୂତନ ଚିନ୍ତାଧାରା ସହିତ ଆଗେଇବାକୁ ପ୍ରେରଣା ଦେଇଥିଲେ । ୱର୍ଲ୍ଡ ସ୍କିଲ୍ ସେଣ୍ଟର, ଭୁବନେଶ୍ୱରର ସିଇଓ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଆଜିର ପ୍ରତିଯୋଗିତାମୂଳକ ବିଶ୍ୱରେ ଦକ୍ଷତା ଓ ପ୍ରଯୁକ୍ତିମୂଳକ ଜ୍ଞାନର ଗୁରୁତ୍ୱ ବିଷୟରେ ଉଦ୍ବୋଧନ ଦେଇଥିଲେ ।

ସୃଷ୍ଟି ଏକାଡେମୀର ପ୍ରାଚାର୍ଯ୍ୟ ପ୍ରଫେସର (ଡ଼.) ଉମାକାନ୍ତ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରି ସଂସ୍ଥାର ଶିକ୍ଷାଗତ ସଫଳତା, NAAC ‘A’ ଗ୍ରେଡ୍‌, NBA ସ୍ୱୀକୃତି ଓ ସ୍ୱୟଂଶାସିତ ମାନ୍ୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ସୃଷ୍ଟି ଏକାଡେମୀ ଦୀର୍ଘ ୨୩ ବର୍ଷ ଧରି ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ଓ ମୂଲ୍ୟବୋଧ ଆଧାରିତ ଶିକ୍ଷାଦାନ ପାଇଁ ନିରନ୍ତର କାର୍ଯ୍ୟ କରୁଛି ।

ଏହି ଅବସରରେ ଏକାଡେମିକ୍ ଟପରଙ୍କୁ “ପ୍ରଫେସର ସ୍ୱରୂପ ଚନ୍ଦ୍ର ସାହୁ ସ୍ୱର୍ଣ୍ଣ ପଦକ” ପ୍ରଦାନ କରାଯାଇଥିଲା । ଶ୍ରୀମତୀ ବର୍ଷା ପରିଡାଙ୍କୁ MBA (୨୦୨୩–୨୦୨୫) ବିଭାଗର ଗୋଲ୍ଡ ମେଡାଲିଷ୍ଟ ଭାବେ ଶ୍ରୀମତୀ ଅନନ୍ୟା ଓଝାଙ୍କୁ MCA (୨୦୨୩–୨୦୨୫) ବିଭାଗର ଗୋଲ୍ଡ ମେଡାଲିଷ୍ଟ ଭାବେ ସମ୍ମାନିତ କରାଯାଇଥିଲା ।

ସେଥିପାଇଁ ଶ୍ରେଷ୍ଠ SIP ରିପୋର୍ଟ ପାଇଁ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ର ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ଉପ-ପ୍ରାଚାର୍ଯ୍ୟ ପ୍ରଫେସର (ଡ଼.) ପ୍ରଜ୍ଞାନ ପରିମିତା ଷଡ଼ଙ୍ଗୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସମଗ୍ର କାର୍ଯ୍ୟକ୍ରମ ଗମ୍ଭୀର ଓ ଉତ୍ସାହମୟ ପରିବେଶରେ ସମ୍ପନ୍ନ ହୋଇଥିଲା ।

Exit mobile version