ଦୁଇ ଚୋରି ଯାଇଥିବା ଟ୍ରାକ୍ଟର ଉଦ୍ଧାର, ଜଣେ ଗିରଫ

ନାଚୁଣୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନାଚୁଣୀ ଥାନା ଓ ବାଣପୁର ଥାନା ଅନ୍ତର୍ଗତ ହାଡଖାଇ ଓ ବେରୁଆଁ ବାଡ଼ି ଗ୍ରାମରୁ ଗତ ଦେଢ଼ ମାସ ତଳେ ଚୋରି ଯାଇଥିବା ଦୁଇଟି ଟ୍ରାକଟର କୁ କଳାହାଣ୍ଡି ଜିଲ୍ଲା ର ଜୁନାଗଡ଼ ଅଞ୍ଚଳ ରୁ ପୋଲିସ ଉଦ୍ଧାର କରିବା ସହ ଏହି ଚୋରି ସହିତ ସମ୍ପୃକ୍ତ ଜଣେ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି । ପ୍ରାପ୍ତ ବିବରଣୀ ରୁ ପ୍ରକାଶ ଯେ, ଗତ ଏପ୍ରିଲ ପହିଲା ମଧ୍ୟ ରାତ୍ର ରେ ନାଚୁଣୀ ଥାନା କୁଲେଇ ପଂଚାୟତ ଅଧୀନ ହଡ଼ଖାଇ ଗ୍ରାମର ମୁନା ସ୍ୱାଇଁ ଙ୍କ ର ଏକ ମହିନ୍ଦ୍ରା ଟେକ ପ୍ଲୁସ ଟ୍ରାକଟର ଚୋରି ହୋଇ ଯାଇଥିବାର ଅଭିଯୋଗ ହୋଇ ଥିଲା ।

ଅନୁରୂପ ଭାବେ ବାଣପୁର ଥାନା ଅନ୍ତର୍ଗତ ବେରୁଆଁ ବାଡ଼ି ଗ୍ରାମର ସୁଧାକର ପାତ୍ର ଙ୍କ ର ଟ୍ରାକଟର ମଧ୍ୟ ଚୋରି ଯାଇଥିବାର ଅଭିଯୋଗ ହୋଇଥିଲା । ଉଭୟ ଥାନା ରେ ଅଭିଯୋଗ ପରେ ଖୋର୍ଦ୍ଧା ଏସ ପି ବିବେକାନନ୍ଦ ଶର୍ମା ଙ୍କ ନିର୍ଦ୍ଦେଶରେ ଏବଂ ବାଲୁଗାଁ ଏସ ଡ଼ି ପି ଓ ସଞ୍ଜୟ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ନାଚୁଣୀ ଥାନା ଆଇ ଆଇ ସି ବିଭୁତି ଭୂଷଣ ମହାପାତ୍ର ଏବଂ ବାଣପୁର ଥାନା ଆଇ ଆଇ ସି ଜୟ ପ୍ରକାଶ ପରିଡା ଏବଂ ଷ୍ଟାଫ ଙ୍କୁ ନେଇ ଏକ ଟିମ ଗଠନ କରାଯାଇ ଥିଲା ।

ତଦନ୍ତ କ୍ରମେ ଜଟଣୀ ଥାନା ବେଣା୍ପଞ୍ଜରୀ ଗ୍ରାମର ସନ୍ଦିଗ୍ଧ ଅପରାଧୀ ପୁପୁନ ଓରଫ ମହମଦ ରହିମ ଓରଫ ଅବଦୁଲ (35) ଘଟଣା ରେ ସମ୍ପୃକ୍ତ ଥିବା ମାନିବା ପରେ ତାହାକୁ ନେଇ କଳାହାଣ୍ଡି ଜୁନାଗଡ ରୁ ଦୁଇଟି ଯାକ ଚୋରି ଟ୍ରାକଟର କୁ ପୋଲିସ ଟିମ ଉଦ୍ଧାର କରିଛି.। ଏହି ମାମଲା ରେ ଉପରୋକ୍ତ ବ୍ୟକ୍ତି ସମ୍ପୃକ୍ତ ଥିବା ବେଳେ ଅନ୍ୟ ଅପରାଧୀ ମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି l

Exit mobile version