ବାଲିଗୁଡା ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ମନ୍ଦିର ପରିସରରେ ସାବିତ୍ରୀ ବ୍ରତ ମହାସମାରୋହ ରେ ପାଳନ ହୋଇଯାଇଛି l ଶନିବାର ସାବିତ୍ରୀ ଅମାବାସ୍ୟା ଅବସରରେ ମା’ ପାଟଖଣ୍ଡା “ସାବିତ୍ରୀ ବେଶ” ରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l ସାବିତ୍ରୀ ଅମାବାସ୍ୟା ବ୍ରତ ଯୋଗୁଁ କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ଭକ୍ତ ମାନେ ଆସି ମା ‘ଙ୍କ ଦର୍ଶନ କରିଥିଲେ | ପ୍ରତ୍ୟୁଷରୁ ମା’ ଙ୍କର ରୀତିନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ପରେ ପରେ ମା’ଙ୍କର ଏହି ଦୁର୍ଲଭ ବେଶ କୁ ଦେଖିବା ପାଇଁ ପ୍ରତ୍ୟୁଷ ରୁ ରାତ୍ର ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା | ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ | ଏ ନେଇ ମନ୍ଦିର ପରିଚାଳନା କମିଟି ଓ କେତେକ ଭକ୍ତ ଙ୍କ ତରଫରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା l କମିଟି ର ସମସ୍ତ ସଦସ୍ୟ, ପୂଜକ ତଥା ଭକ୍ତ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l
