Home ଓଡ଼ିଶା ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ୭୦ ତମ ରେଳ ସେବା ପୁରସ୍କାର ସମାରୋହ–୨୦୨୫ ପାଳିତ ୬୦ ଜଣ ରେଳ କର୍ମଚାରୀ “ରେଳ ସେବା ପୁରସ୍କାର–୨୦୨୫”ରେ ସମ୍ମାନିତ by Proprietor Abhimanyu Maharana 46 minutes ago Share on FacebookShare on TwitterWhatsapp ଜଟଣୀ ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ କର୍ମଚାରୀମାନଙ୍କର ନିଷ୍ଠାପୂର୍ଣ୍ଣ ଉଦ୍ୟମ, ଉତ୍ସର୍ଗୀକୃତ ମନୋଭାବ ଓ କଠିନ ପରିଶ୍ରମକୁ ସମ୍ମାନ ଜଣାଇ ରେତଙ୍ଗ କଲୋନୀସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପରେ “୭୦ତମ ରେଳ ସେବା ପୁରସ୍କାର–୨୦୨୫” ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମଣ୍ଡଳର ୬୦ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଓ ଅଦ୍ଭୁତପୂର୍ବ ସେବା ପାଇଁ ଖୋର୍ଦ୍ଧା ରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ) ଶ୍ରୀ ଡି. ସୁନୀଲଙ୍କ ଦ୍ୱାରା “ରେଳ ସେବା ପୁରସ୍କାର–୨୦୨୫” ପ୍ରଦାନ କରାଯାଇଥିଲା । ସମାରୋହରେ ପୁରସ୍କାର ବିଜେତାମାନଙ୍କୁ ଉତ୍ସାହିତ କରିବା ପାଇଁ ଖୋର୍ଦ୍ଧାରୋଡ଼ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଭାପତି ଶ୍ରୀମତୀ ପ୍ରିୟଙ୍କା ଜୀଭିରାଜ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି.କେ. ବେହେରା ଓ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ଶ୍ରୀ ରାଜଧାରୀ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅଭିଭାଷଣ ଦେଇ ଶ୍ରୀ ଡି. ସୁନୀଲ ସମସ୍ତ ପୁରସ୍କୃତ କର୍ମଚାରୀଙ୍କୁ ସେମାନଙ୍କର ଦୃଢ଼ ସଂକଳ୍ପ, ନିଷ୍ଠା ଓ ମଣ୍ଡଳ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲରେ ଅସାଧାରଣ ପ୍ରତିବଦ୍ଧତା ପାଇଁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, ପୂର୍ବତଟ ରେଳବାଇ ପକ୍ଷରୁ ଆୟୋଜିତ “ବିଶିଷ୍ଟ ରେଳ ସେବା ପୁରସ୍କାର–୨୦୨୫”ରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ୪ଟି ଦକ୍ଷତା ଶିଲ୍ଡ ହାସଲ କରିଛି । ୨୦୨୫–୨୬ ଆର୍ଥିକ ବର୍ଷରେ ମଣ୍ଡଳର ସଫଳତା ସମ୍ପର୍କରେ ଆଲୋକପାତ କରି ଶ୍ରୀ ଡି. ସୁନୀଲ କହିଥିଲେ ଯେ, ଖୋର୍ଦ୍ଧାରୋଡ଼ ମଣ୍ଡଳ ଟର୍ମିନାଲଗୁଡ଼ିକରେ ମାଲ ପରିବହନ ହ୍ୟାଣ୍ଡଲିଂ କ୍ଷେତ୍ରରେ ସମସ୍ତ ମଣ୍ଡଳ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ପ୍ରାରମ୍ଭିକ ମାଲ ବୋଝେଇ କ୍ଷେତ୍ରରେ ମଣ୍ଡଳ ଭାରତୀୟ ରେଳବାଇରେ ତୃତୀୟ ସ୍ଥାନ ହାସଲ କରିଥିବା ସେ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ ଯେ, ଯାତ୍ରୀବାହୀ ଟ୍ରେନ ସେବା ଓ ଯାତ୍ରୀ ସୁବିଧାର ସମ୍ପ୍ରସାରଣ ପାଇଁ ୨୦୨୫–୨୬ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିରେ “ଅମୃତ ଭାରତ ଏକ୍ସପ୍ରେସ” ଭଳି ନୂତନ ଟ୍ରେନ ଚଳାଚଳ, “ଅମୃତ ଭାରତ ଷ୍ଟେସନ ଯୋଜନା” ଅଧୀନରେ ଷ୍ଟେସନଗୁଡ଼ିକର ପୁନର୍ବିକାଶ ଓ ସମଗ୍ର ମଣ୍ଡଳରେ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଛି । ଏହି ସମାରୋହରେ ମଣ୍ଡଳ ରେଳ ପ୍ରବନ୍ଧକ କୃତୀ ରେଳ କର୍ମଚାରୀମାନଙ୍କୁ “ରେଳ ସେବା ପୁରସ୍କାର–୨୦୨୫”ରେ ସମ୍ମାନିତ କରିବା ସହ ଖୋର୍ଦ୍ଧାରୋଡ଼ ମଣ୍ଡଳକୁ ଭାରତୀୟ ରେଳବାଇର ଅନ୍ୟତମ ଶ୍ରେଷ୍ଠ ମଣ୍ଡଳ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ କର୍ମଚାରୀଙ୍କୁ ନିଷ୍ଠାର ସହ କାର୍ଯ୍ୟ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ । ଉତ୍ସବ ଅବସରରେ ରେଳ କର୍ମଚାରୀ, ‘ସୃଜନକୁଞ୍ଜ’ର ଶିଶୁମାନେ, ଉତ୍କଳ ପବ୍ଲିକ ସ୍କୁଲ ଓ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ଖୋର୍ଦ୍ଧା ରୋଡ଼ର ସଦସ୍ୟମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଶାଖା ଅଧିକାରୀ ଓ ଖୋର୍ଦ୍ଧାରୋଡ଼ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ । ଖୋର୍ଦ୍ଧାରୋଡ଼ର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ପନ୍ନା ଭେଙ୍କଟେଶ ସମଗ୍ର କାର୍ଯ୍ୟକ୍ରମକୁ ସଫଳ ଭାବେ ସଂଯୋଜନା କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସାବିତ୍ରୀ ଅମାବାସ୍ୟା ରେ ମା ' ପାଟଖଣ୍ଡା "ସାବିତ୍ରୀ ବେଶ" ରେ ଭକ୍ତଙ୍କୁ ଦର୍ଶନ ଦେଲେ by Proprietor Abhimanyu Maharana May 16, 2026 ବାଲିଗୁଡାରେ ସାବିତ୍ରୀ ବ୍ରତ ପାଳିତ : କିନ୍ନର ମାନେ ପାଳିଲେ ସାବିତ୍ରୀ ବ୍ରତ by Proprietor Abhimanyu Maharana May 16, 2026 ଭାଗବତ ପ୍ରଚାର ସମିତି ପକ୍ଷରୁ ମ୍ୟାଟ୍ରିକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana May 16, 2026 ଦଧିଚି ଫାର୍ମାସି କଲେଜ ଓ CSIR-IMMT ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର by Proprietor Abhimanyu Maharana May 16, 2026 ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସମନ୍ୱୟ ସଭା ଅନୁଷ୍ଠିତ by Proprietor Abhimanyu Maharana May 16, 2026 ପାରାମେଡିକାଲ୍ କୋର୍ସରେ ଅଗ୍ରଣୀ ସଫଳତା ; ବିଶ୍ୱାସ ପାରାମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତାର ଦୃଢ ପରିଚୟ by Proprietor Abhimanyu Maharana May 16, 2026