ଦଧିଚି ଫାର୍ମାସି କଲେଜ ଓ CSIR-IMMT ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର

କଟକ ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଦଧିଚି ଫାର୍ମାସି କଲେଜ, କଟକ ଓ CSIR–ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (CSIR-IMMT), ଭୁବନେଶ୍ୱର ମଧ୍ୟରେ ଏକ ଐତିହାସିକ ସ୍ମାରକପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ MSME ବିକାଶ ଇନ୍‌ଷ୍ଟିଟ୍ୟୁଟ୍, କଟକର ସଂଯୁକ୍ତ ନିର୍ଦ୍ଦେଶକ ଶ୍ରୀ ପି. କେ. ଗୁପ୍ତା, ଉପ-ନିର୍ଦ୍ଦେଶକ ଶ୍ରୀମତୀ ନିତିଷା ମାନ, CSIR-IMMTର ଭାରପ୍ରାପ୍ତ ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ବେସରା, ମୁଖ୍ୟ ବୈଜ୍ଞାନିକ ଡ. ଏନ୍. କେ. ଧଳ, ବୈଜ୍ଞାନିକ ‘ଇ’ ଡ. ଟି. ପବନ କୁମାର ଏବଂ ଦଧିଚି ଫାର୍ମାସି କଲେଜର ଚେୟାରମ୍ୟାନ ଡ. ମନୋଜ କୁମାର ଦାଶ ଓ ଅଧ୍ୟକ୍ଷ ଡ. ରଜତ କୁମାର କର ଉପସ୍ଥିତ ଥିଲେ।

ଏହି ସହଯୋଗ ଅନ୍ତର୍ଗତ ଉଭୟ ପ୍ରତିଷ୍ଠାନ ଆଧୁନିକ ଗବେଷଣା, ନୂତନତା, ଶୈକ୍ଷିକ ଆଦାନ-ପ୍ରଦାନ ଓ ବୌଦ୍ଧିକ ସମ୍ପତ୍ତି ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ। ଏହି ଚୁକ୍ତି ମାଧ୍ୟମରେ ବୈଜ୍ଞାନିକ ଉନ୍ନତି, ନୂତନ ଚିନ୍ତାଧାରା ଏବଂ ଶିକ୍ଷା-ଗବେଷଣା କ୍ଷେତ୍ରରେ ସାର୍ଥକ ସୁଯୋଗ ସୃଷ୍ଟି ହେବ ବୋଲି ଆଶା ପ୍ରକାଶ କରାଯାଇଛି।ଜ୍ଞାନ, ନୂତନତା ଓ ସାମାଜିକ ପ୍ରଭାବକୁ ଆଧାର କରି ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ି ତୋଳିବା ପାଇଁ ଉଭୟ ପ୍ରତିଷ୍ଠାନ ପ୍ରତିଶ୍ରୁତିବଦ୍ଧ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।

Exit mobile version